Below header

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବଢିଲା ଲ’ ଅଫିସରଙ୍କ ଦୈନିକ ଓ ରିଟେନର ଫି’

ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା ନନ୍-କ୍ୟାଡର ଲ’ ଅଫିସର ମାନଙ୍କର ଦୈନିକ ଓ ରିଟେନର ଫି’ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହାଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଲ’ ଅଫିସର ଉପକୃତ ହେବେ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମୋକଦ୍ଦମା ପରିଚାଳନା କରୁଥିବା ନନ୍-କ୍ୟାଡର ଲ’ ଅଫିସର ମାନଙ୍କର ଦୈନିକ ଓ ରିଟେନର ଫି’ରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହାଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଲ’ ଅଫିସର ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଲ’ ଅଫିସର ମାନଙ୍କ ଦୈନିକ ଓ ରିଟେନର ଫି’କୁ ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ଫି’ ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଆଡିସନାଲ୍ ପବ୍ଲିକ୍ ପ୍ରୋସିକ୍ୟୁଟର ମାନେ ଦୈନିକ ଫି’ ବାବଦରେ ୧,୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୮୭୫ ଟଙ୍କା ପାଇବେ । ସେହିଭଳି ରିଟେନର ଫି’ ପୂର୍ବରୁ ୮,୨୦୦ ଟଙ୍କା ପାଉଥିବା ବେଳେ, ବର୍ତ୍ତମାନ ୧୨,୩୦୦ ଟଙ୍କା ପାଇବେ ।

ସେହିଭଳି କାର୍ଯ୍ୟରତ ୭୪୦ ଜଣ ଆସିଷ୍ଟାଣ୍ଟ ପବ୍ଲିକ୍ ପ୍ରୋସିକ୍ୟୁଟର ମାନେ ପୂର୍ବରୁ ଦୈନିକ ଫି’ ବାବଦରେ ୧,୧୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୬୫୦ ପାଇବେ । ରିଟେନର ଫି’ ବାବଦରେ ପୂର୍ବରୁ ୪,୦୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୬,୦୦୦ ଟଙ୍କା ପାଇବେ । ୮୫ ଜଣ ସ୍ପେସିଆଲ ପବ୍ଲିକ୍ ପ୍ରୋସିକ୍ୟୁଟର ମାନେ ପୂର୍ବରୁ ଦୈନିକ ଫି’ ବାବଦରେ ୧,୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୮୭୫ ଟଙ୍କା ପାଇବେ । ରିଟେନର ଫି’ ବାବଦରେ ପୂର୍ବରୁ ୮,୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨,୩୦୦ ଟଙ୍କା ପାଇବେ । ସେହିଭଳି କାର୍ଯ୍ୟରତ ୨୯ ଜଣ ସରକାରୀ ପ୍ଲିଡର୍ ଏବଂ ୧୧୩ ଜଣ ଆସିଷ୍ଟାଣ୍ଟ ସରକାରୀ ପ୍ଲିଡର୍ ପୂର୍ବରୁ ରିଟେନର ଫି’ ବାବଦରେ ୮,୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨,୩୦୦ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.