Below header

ଦିନକୁ ୧ ଗ୍ଲାସ୍‌ରୁ ଅଧିକ ନଡ଼ିଆ ପାଣି ପିଉଛନ୍ତି କି ? ସାବଧାନ ନଚେତ ସ୍ୱାସ୍ଥ୍ୟ ପ୍ରତି ହୋଇପାରେ କ୍ଷତିକାରକ

ନଡ଼ିଆ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କିନ୍ତୁ ଯଦି ଆପଣ ଅଧିକ ପରିମାଣରେ ନଡ଼ିଆ ପାଣି ପିଅନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ।

ଆପଣମାନେ ତ ଜାଣିଥିବେ ଯେ ନଡ଼ିଆ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ଏକ ହାଇ ଇଲେକ୍ଟ୍ରୋଲାଇଟ୍ ଫୁଡ୍‌ ଯାହା ଆପଣଙ୍କ ଶରୀରରୁ ଦୁର୍ବଳତା ଦୂର କରିବାରେ ଏବଂ ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ ହାଇ ବିପି ଏବଂ UTI ରୋଗୀଙ୍କ ପାଇଁ ଏହା ମଧ୍ୟ ଲାଭଦାୟକ ହୋଇଥାଏ । କିନ୍ତୁ ଯଦି ଆପଣ ଅଧିକ ପରିମାଣରେ ନଡ଼ିଆ ପାଣି ପିଅନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଯଦି ଆପଣ ପ୍ରତିଦିନ ନଡିଆ ପାଣି ପିଇବା ଆରମ୍ଭ କରନ୍ତି, ତେବେ ଏହା ଶରୀରରେ ପୋଟାସିୟମର ପରିମାଣ ବଢାଇପାରେ, ଯାହା ହାଇପରକାଲେମିଆର ସମସ୍ୟା ସୃଷ୍ଟି କରିପାରେ । ତାହେଲେ ଆସନ୍ତୁ ଜାଣିବା ଯେ ଗୋଟିଏ ଦିନରେ କେତେ ନଡିଆ ପାଣି ପିଇବା ଉଚିତ ।

ଜାଣନ୍ତୁ ଆପଣ ଗୋଟିଏ ଦିନରେ କେତେ ନଡିଆ ପାଣି ପିଇ ପାରିବେ ?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ମୁତାବକ, ଗୋଟିଏ ଦିନରେ ୧ ଗ୍ଲାସ୍‌ରୁ ଅଧିକ ନଡ଼ିଆ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଠିକ୍‌ ନୁହେଁ । ଏହା ବ୍ୟତୀତ ଆପଣ ବିଶେଷ ଧ୍ୟାନ ଦେବା ଉଚିତ୍ ଯେ ଯେଉଁମାନେ ଏହାକୁ ପ୍ରତିଦିନ ପିଉଛନ୍ତି ସେମାନେ ଏକ କିମ୍ବା ଦୁଇ କପରୁ ଅଧିକ ନଡ଼ିଆ ପାଣି ପିଇବା ଉଚିତ୍ ନୁହେଁ । ଯଦି ଆପଣ ଅଧିକ ନଡିଆ ପାଣି ପିଉଛନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ଅତ୍ୟଧିକ ନଡ଼ିଆ ପାଣି ପିଇବାର ଅସୁବିଧା :
ଯଦି ଆପଣ ଅଧିକ ନଡ଼ିଆ ପାଣି ପିଅନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ପାରେ । ଯେପରି ଶରୀର ଅଧିକ ଫୁଲିବାକୁ ଲାଗିଥାଏ । ତେବେ ଏହା ବ୍ୟତୀତ ଆହୁରି ଅନେକ ସମସ୍ୟା ହୋଇଥାଏ ଯେପରି କ୍ୟାଲସିୟମ ପରି ଅତ୍ୟାବଶ୍ୟକ ଉପାଦାନଗୁଡ଼ିକ ପରିସ୍ରା ମାଧ୍ୟମରେ ଶରୀରରୁ ବାହାରିପାରେ ଏବଂ ଏହାର ଅଭାବ ଶରୀରରେ ଦେଖାଦେଇ ପାରେ । ଅଧିକ ନଡ଼ିଆ ପାଣି ପିଇବା ଦ୍ୱାରା ଶରୀରରେ ପୋଟାସିୟମ ପରିମାଣ ବଢିପାରେ, ଯାହା କମ୍ ବିପି ସମସ୍ୟା ସୃଷ୍ଟି କରିପାରେ । ସେଥିପାଇଁ ଗୋଟିଏ ଦିନରେ ୧ ଗ୍ଲାସ୍‌ରୁ ଅଧିକ ନଡିଆ ପାଣି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇପାରେ ।

ତାହେଲେ ଆସନ୍ତୁ ଜାଣିବା ଯେ ନଡିଅ ପାଣି ଅତ୍ୟଧିକ ପରିମାଣର ପିଇବା ଦ୍ୱାରା କ’ଣ ହୋଇଥାଏ, ଯେପରି ଆପଣମାନେ ଜାଣିଥିବେ ଯେ ଶରୀର ପାଇଁ ପୋଟାସିୟମ୍ ଏକ ଗୁରୁତ୍ୱର ପଦାର୍ଥ ହୋଇଥାଏ । ଏହା ଦ୍ୱାରା ଶରୀରରେ କମ୍‌ ହାଇପରକାଲେମିଆର ଭଳି ସମସ୍ୟାର କାରଣ ହୋଇପାରେ । ଏହା ବ୍ୟତୀତ ସେଥିରେ ଥିବା ହାଇ ପୋଟାସିୟମ୍ କାରଣରୁ ହାର୍ଟ ଆଟାକ, ମାଂସପେଶୀ ଦୁର୍ବଳତା ଭଳି ଅନେକ ସମସ୍ୟା ହୋଇପାରେ । ତେଣୁ ନଡ଼ିଆ ପାଣି ପିଅନ୍ତୁ କିନ୍ତୁ ସଠିକ୍‌ ପରିମାଣରେ ପିଅନ୍ତୁ, ଯାହା ଦ୍ୱାରା ଏହା ଆପଣଙ୍କୁ କ୍ଷତି ପହଞ୍ଚାଇବ ନାହିଁ ଏବଂ ଆପଣ ସୁସ୍ଥ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.