ଦିଲ୍ଲୀ ଜେଏନୟୁରେ ଛାତ୍ର ସଂଘର୍ଷ, ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ; ୩ ଆହତ

ଜବାହର ଲାଲ ନେହରୁ ବିଶ୍ବବିଦ୍ୟାଳୟ ଜେଏନୟୁରେ ଛାତ୍ର ସଂଘର୍ଷ । ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ମାରପିଟ ଯୋଗୁ ତିନି ଜଣ ଛାତ୍ର ଆହତ ହୋଇଛନ୍ତି । ଜଣେ ଛାତ୍ର ଅନ୍ୟ ଜଣଙ୍କୁ ବାଡି ଧରି ବାଡେଇବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ ଜଣେ ସାଇକେଲ ଉଠାଇ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି ।

ନୂଆଦିଲ୍ଲୀ : ଜବାହର ଲାଲ ନେହରୁ ବିଶ୍ବବିଦ୍ୟାଳୟ ଜେଏନୟୁରେ ଛାତ୍ର ସଂଘର୍ଷ । ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ମାରପିଟ ଯୋଗୁ ତିନି ଜଣ ଛାତ୍ର ଆହତ ହୋଇଛନ୍ତି । ଜଣେ ଛାତ୍ର ଅନ୍ୟ ଜଣଙ୍କୁ ବାଡି ଧରି ବାଡେଇବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ ଜଣେ ସାଇକେଲ ଉଠାଇ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଏହି ଆକ୍ରମଣରେ ୩ ଛାତ୍ର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ସାଧାରଣ ବୈଠକ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଥିଲା। ଗତକାଲି ରାତିରେ ସ୍କୁଲ ଅଫ୍ ଲାଙ୍ଗୁଏଜରେ ନିର୍ବାଚନ କମିଟି ସଦସ୍ୟ ଚୟନକୁ ନେଇ ଯୁକ୍ତିତର୍କ ମଧ୍ୟରେ ଦୁଇ ଗୋଷ୍ଠୀ ହାତାହାତି ହୋଇଥିଲେ। ଛାତ୍ରମାନେ ପାଟିତୁଣ୍ଡ କରିବା ସହ ଭଙ୍ଗାରୁଜା କରିଥିବା ଭିଡିଓରେ ଦେଖିବାକୁ ମିଳିଛି। ଏକ ଭିଡିଓରେ ଦେଖାଯାଉଛି ଯେ, ଜଣେ ଛାତ୍ରଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଛି। ସେମାନଙ୍କ ମଧ୍ୟରୁ କେତେଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହାପୂର୍ବରୁ ଫେବୃଆରୀ ୧୦ରେ ବିବାଦ ଉପୁଜିଥିଲା । ଏବେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କୁଳପତି । ସେହିପରି ଦିଲ୍ଲୀ ପୋଲିସ କହିଛି ଉଭୟ ପକ୍ଷ ଅଭିଯୋଗ କରିଛନ୍ତି । ଘଟଣାରେ ତିନି ଜଣ ଆହତ ହୋଇଥିବା ବେଳେ ଅଧିକ ଅନୁସନ୍ଧାନ ଜାରି ରହିଛି

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.