ଫିଲ୍ମରେ ଆଲୁ ଅର୍ଜୁନଙ୍କ ଗୋଟିଏ ଫାଇଟ୍‌ ସିନ୍‌ ପାଇଁ ଖର୍ଚ୍ଚ କରାଗଲା ୫୦ କୋଟି ଟଙ୍କା, ‘ପୁଷ୍ପା ୨’କୁ ନେଇ ନୂଆ ଅପ୍‌ଡେଟ୍‌ ଦେଲେ ନିର୍ମାତା

ଫିଲ୍ମ ‘ପୁଷ୍ପା ୨’ ପାଇଁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଏବଂ ଏହାର ପ୍ରତ୍ୟେକ ଅପଡେଟ୍ ଉପରେ ନଜର ରଖିଛନ୍ତି । ଫିଲ୍ମର ସୁଟିଂ ଅନ୍ତିମ ପର୍ଯ୍ୟାୟରେ ଚାଲିଛି ଏବଂ ଏହା ଅଗଷ୍ଟ ୧୫ ରେ ସିନେମା ହଲ୍‌ ମୁକ୍ତିଲାଭ କରିବ ।

ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ ହେଉଛି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ତେବେ ସମସ୍ତ ଫ୍ୟାନ୍ସ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି ଏବଂ ଏହାର ପ୍ରତ୍ୟେକ ଅପଡେଟ୍ ଉପରେ ନଜର ରଖିଛନ୍ତି । ଏହି ସମୟରେ ଖବର ଆସିଛି ଯେ ନିର୍ମାତାମାନେ ‘ଗଙ୍ଗାମାଥଲି ଜାଥର ସିନ୍‌’ର ଏକ ବିଶେଷ ସୁଟିଂ ଶେଷ କରିଛନ୍ତି । ତେବେ କୁହାଯାଉଛି ଯେ ଏହି ଗୋଟିଏ ସିନ୍‌ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରାଯାଇଛି । ସୂଚନା ମୁତାବକ, ଏହା ହେଉଛି ଏକ ଗୀତ ଯେଉଁଥିରେ ଫାଇଟ୍‌ ଏବଂ ଇମୋସନ୍‌ ରହିଛି । ଏହି ୩୦ ମିନିଟର ଲମ୍ବା ଗୀତର ପ୍ରସ୍ତୁତି କରିବାକୁ ୩୫ ଦିନ ଲାଗିଗଲା ଏବଂ ଏହି ବିଶେଷ ସିନ୍‌ ପାଇଁ ନିର୍ମାତାମାନେ ୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଯାହା ଏକ ଫିଲ୍ମ ନିର୍ମାଣ ପାଇଁ ଯଥେଷ୍ଟ ହୋଇଥାଏ । ଏଥିରୁ ଅନୁମାନ କରାଯାଉଛି ଯେ ଫିଲ୍ମଟି ମଧ୍ୟ ଜବରଦସ୍ତ ହେବାକୁ ଯାଉଛି ।

ଫିଲ୍ମ ‘ପୁଷ୍ପା’ ୨୦୨୧ ମସିହାରେ ମୁକ୍ତିଲାଭ କରିଥିଲା । ଏହା ସହ ଦି ରାଇଜ୍ ସୁକୁମାରଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ହୋଇଥିଲା । ଏହା ଏକ ବ୍ଲକବଷ୍ଟର ଫିଲ୍ମ ବୋଲି ପ୍ରମାଣିତ ହୋଇଥିଲା ଏବଂ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ଏହି ଫିଲ୍ମର ପ୍ରଥମ ଭାଗ ପ୍ରାୟ ୨୦୦ କୋଟି ଟଙ୍କା ଇନ୍‌କମ କରିଥିଲା । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହା ବିନା ପ୍ରମୋସନରେ ପୂରା ବିଶ୍ୱରେ ୩୭୦ କୋଟିରୁ ଅଧିକ ଟଙ୍କା କଲେକ୍ସନ୍‌ କରିଥିଲା । ତେବେ ଚଳଚ୍ଚିତ୍ରଟି ସୁପରହିଟ୍ ହୋଇଥିଲା ଏବଂ ଏହାର ଷ୍ଟୋରି ଓ ଗୀତକୁ ବହୁତ ପ୍ରଶଂସା ମିଳିଥିଲା । ବର୍ତ୍ତମାନ ନିର୍ମାତାମାନେ ଏହାର ଦ୍ୱିତୀୟ ଭାଗ ପାଇଁ ପ୍ରସ୍ତୁତି କରୁଛନ୍ତି ଯାହା ୫୦୦ କୋଟି ଟଙ୍କା ବଜେଟ୍‌ରେ ତିଆରି କରାଯାଉଛି ।

ଫିଲ୍ମ ‘ପୁଷ୍ପା ୨’ର ସୁଟିଂର ଅନ୍ତିମ ପର୍ଯ୍ୟାୟ ଚାଲିଛି ଏବଂ ଏହା ଅଗଷ୍ଟ ୧୫ ରେ ସିନେମା ହଲ୍‌ ମୁକ୍ତିଲାଭ କରିବ । ଗତ ବର୍ଷ ଆଲୁ ଅର୍ଜୁନ ‘ପୁଷ୍ପା ୨’ର ପ୍ରଥମ ଲୁକ୍ ପୋଷ୍ଟର ସେୟାର କରିଥିଲେ, ଯେଉଁଥିରେ ସେ ଏକ ଶାଢୀ ପିନ୍ଧିଥିଲେ ଏବଂ ତାଙ୍କ ମୁହଁ ନୀଳ ଏବଂ ନାଲି ରଙ୍ଗ ଲାଗିଥିଲା । ତେବେ ପରେ ଫିଲ୍ମରୁ ଫାହାଦ୍ ଫସିଲଙ୍କ ଲୁକ୍ ପୋଷ୍ଟର ମଧ୍ୟ ରିଲିଜ୍ କରାଯାଇଥିଲା । ପ୍ରଶଂସକମାନେ ବର୍ତ୍ତମାନ ରଶ୍ମିକା ମନ୍ଦନାଙ୍କ ପୋଷ୍ଟର ଲୁକ୍‌କୁ ଅପେକ୍ଷା କରିଛନ୍ତି । ନିକଟରେ ରଶ୍ମିକା ମନ୍ଦନା ‘ପୁଷ୍ପା ୨’କୁ ନେଇ ମଧ୍ୟ କିଛି କଥା ସେୟାର କହିଛନ୍ତି, ଏବଂ କହିଛନ୍ତି ଯେ ଫିଲ୍ମଟି ପୂର୍ବ ଅପେକ୍ଷା ବଡ ହେବ ।

ଏହି ଅଭିନେତ୍ରୀ ଫିଲ୍ମ ‘ପୁଷ୍ପା ୨’ ବିଷୟରେ ଦର୍ଶକଙ୍କୁ କହିଥିଲେ, ‘ମୁଁ ଆପଣଙ୍କୁ ପ୍ରତିଶୃତି ଦେଇପାରେ ଯେ ‘ପୁଷ୍ପା ୨’ ବହୁତ ବଡ ହେବାକୁ ଯାଉଛି । ତେବେ ଫିଲ୍ମର ପ୍ରଥମ ଭାଗ ଅପେକ୍ଷା ଏହି ଫିଲ୍ମଟି ବହୁତ ଭିନ୍ନ ହେବାକୁ ଯାଉଛି । ଏହା ସହ ଆମେ ଆଶା କରୁଛୁ ଯେ ଏହି ଫିଲ୍ମଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିବ । ଆପଣମାନଙ୍କୁ ଫିଲ୍ମଟି ପସନ୍ଦ ଆସିବ ବୋଲି ଆମେ ନିରନ୍ତର ଏବଂ ସଚେତନ ଭାବରେ ଏହା କରିବାକୁ ଚେଷ୍ଟା କରୁଛୁ । ତେବେ ରଶ୍ମିକା ଏହି ପରି ଅନେକ କଥା କହିଛନ୍ତି । ଏହା ସହ ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସେ ମଧ୍ୟ ଆଶା କରିଛନ୍ତି । ଏବେ ଦେଖିବାରେ ଅଛି ଫିଲ୍ମଟି ଫ୍ୟାନ୍ସଙ୍କୁ କେତେ ପସନ୍ଦ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.