Below header

କଟକ ଦହିବରାର ମଜା ନିଆରା: ଆଜି ଯାଏ ସରକାରୀ ମାନ୍ୟତା ନେଇ ଦାବି ହୋଇ ଆସୁଥିଲେ ସୁଦ୍ଧା ମିଳିନାହିଁ

କଟକ ଦହିବରା ଆଳୁଦମ ବିଶ୍ୱ ପ୍ରସିଦ୍ଧ । ପ୍ରାୟ ଲୋକେ ଦହିବରା କହିଲେ ଜାଣିବେ । ସୁସ୍ବାଦୁ ଦହିବରା ଆଳୁଦମ ବିକ୍ରିରେ କେଉଁ କାଳରୁ କଟର ପ୍ରସିଦ୍ଧି ଲାଭ କରିଛି । ଏହି ଖାଦ୍ୟକୁ ନେଇ ସରକାରୀ ମାନ୍ୟତା ନେଇ ଦାବି ହୋଇ ଆସୁଥିଲେ ସୁଦ୍ଧା ମାନ୍ୟତା ମିଳିନଥିବା ବେଳେ ତଥାପି ଦହିବରା ପାଇଁ କଟକ ପ୍ରସିଦ୍ଧ ବୋଲି ସମସ୍ତେ ଜାଣିଥାନ୍ତି ।

କଟକ ଦହିବରା ଆଳୁଦମ ବିଶ୍ୱ ପ୍ରସିଦ୍ଧ । ପ୍ରାୟ ଲୋକେ ଦହିବରା କହିଲେ ଜାଣିବେ । ସୁସ୍ବାଦୁ ଦହିବରା ଆଳୁଦମ ବିକ୍ରିରେ କେଉଁ କାଳରୁ କଟର ପ୍ରସିଦ୍ଧି ଲାଭ କରିଛି । ଏହି ଖାଦ୍ୟକୁ ନେଇ ସରକାରୀ ମାନ୍ୟତା ନେଇ ଦାବି ହୋଇ ଆସୁଥିଲେ ସୁଦ୍ଧା ମାନ୍ୟତା ମିଳିନଥିବା ବେଳେ ତଥାପି ଦହିବରା ପାଇଁ କଟକ ପ୍ରସିଦ୍ଧ ବୋଲି ସମସ୍ତେ ଜାଣିଥାନ୍ତି ।

ତେବେ ଆଜି ଦହିବରା ଆଳୁଦମ କଥା ହେବାର କାରଣ ହେଉଛି ଆଜି ବିଶ୍ୱ ଦହିବରା ଆଳୁଦମ ଦିବସ । ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ । ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି । ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମର ଯୋଡି ସ୍ଵତନ୍ତ୍ର ମହତ୍ତ୍ୱ ରଖେ । ବିଶେଷ କରି ଖରା ଦିନରେ ଦହିବରା ଖାଇବା ପରେ ଦହି ପାଣି ପିଇବାର ମଜା ଯିଏ ଅନୁଭବ କରିଛି ସିଏ ହିଁ କହିପାରିବ ଦହିବରାର ସ୍ଵାଦ କେତେ ସୁଆଦିଆ । ଦହିବରା ଆଳୁଦମ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ ପାଲଟିଗଲାଣି ।

ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ । ବିଶେଷକରି ରାସ୍ତା କଡରେ ଏହା ବିକ୍ରି ହେଉଥିବା ଦେଖାଯାଇଥାଏ । କଟକର ଗଳିକନ୍ଦିରୁ ବାହାରି ବିଶ୍ୱ ସ୍ତରରେ ଓଡିଆଙ୍କୁ ଗର୍ବିତ କରିଛି ଦହିବରା ଆଳୁଦମ୍‌ । ଓଡିଶାରେ ଏମିତି କେହି ନଥିବେ ଯାହାକୁ ଦହିବରା ପସନ୍ଦ ହୋଇନଥିବ । ଆଜି ଦହିବରା ଆଳୁଦମ ଦିବସରେ ଓଡ଼ିଶାର ପ୍ରତ୍ୟେକ ଲୋକ ଦହିବରା ଦିବସ ପାଳନ କରିଥାନ୍ତି ।

ଦହିବରା ତା ନାଟି ଯେମିତି ସ୍ୱାଦ ବି ସେମିତି । ନାଁ ଶୁଣିଲେ ହିଁ ପ୍ରତ୍ୟେକ ଓଡିଆଙ୍କ ମୁହଁରେ ପାଣି ଆସିଯାଏ । ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକେ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତି । ଦହିବରା ଖାଇବା ପରେ ରାଗ ଖଟା ଦହିପାଣି ପିଇ ମଜା ନେଇଥାନ୍ତି ଦହିବରା ପ୍ରେମୀ । ଦହିବରା ଆଳୁଦମ୍‌ ସାଧାରଣତଃ ଓଡିଶାର ପ୍ରତ୍ୟେକ ସ୍ଥାନରେ ମିଳିଥାଏ । କିନ୍ତୁ କଟକ ଦହିବରାର ମଜା ନିଆରା । ଦହିବରାର ବିଭିନ୍ନ ପ୍ରକାରର ଭେରାଇଟି କଟକରେ ପ୍ରସ୍ତୁତ ହୁଏ । କଟକବାସୀ ଦହିବରା ଖାଇ ଦିନ ଆରମ୍ଭ କରନ୍ତି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ।

ତେବେ ଆସନ୍ତୁ ଜାଣିବା କିଭଳି ତିଆରି ହୁଏ ଦହିବରା:

-ଦହିବରା ପାଇଁ ରାତିରୁ ବିରି ବାଟି ରଖିଥାନ୍ତି ।

-ପାହାନ୍ତାରୁ ଉଠି ଗରମ ଗରମ ବରା ଛାଣନ୍ତୁ ।

-ସେହି ବରାକୁ କିଛି ପାଣିରେ ଭିଜାଇ ରହନ୍ତୁ ।

-ଏଭଳି କିଛି ସମୟ ରହିଲେ ଦହିବରାର ପ୍ରକୃତ ମଜା ଆସିଥାଏ ।

-ବରାକୁ ଛଣା ହେବା ପରେ କିଛି ସମୟ ଦହି ମିଶା ଲୁଣ ପାଣିରେ ପକାଇ ରଖନ୍ତୁ ।

-ଏହାପରେ ଭୃଷୁଙ୍ଗା ପତ୍ରକୁ ଭାଜି ଧନିଆ ପତ୍ର, ଲଙ୍କା, ପିଆଜ, ଜିରା, ସୋରିଷରେ ଛୁଙ୍କ ଲଗାନ୍ତୁ।

-ଏହାପରେ ଗୁଗୁନି ସାଙ୍ଗକୁ ରାଗ ଆଳୁଦମ ତିଆରି କରାଯାଇଥାଏ ।

ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତି ସରିବା ପରେ ସକାଳୁ ରାସ୍ତା କଡରେ ଲାଗେ ଦହିବରା ଠେଲା । ଆଉ ଦହିବରା ବାସ୍ନାରେ ଛାଇ ଯାଆନ୍ତି ଗ୍ରାହକ । ଆଉ ତା’ ଉପରେ ଚୁନ ଚୁନ କଟା ହୋଇଥିବା ପିଆଜ, ସେଉ, କଞ୍ଚାଲଙ୍କା, ଧନିଆପତ୍ର, ବିଟ୍‌ ଲୁଣକୁ ଟିକେ ଚାଟ୍‌ ମସାଲା ଦେଇ ପରସି ଦିଆଯାଏ । ଯାହା ଆଳୁଦମର ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ । ରାଗ ରାଗ ଦହିବରା ସାଙ୍ଗକୁ ଶେଷରେ ଦହିପାଣି ଆହା କି ସ୍ୱାଦ ସତେ ଯେପରି ଆତ୍ମା ଶାନ୍ତି ହୋଇଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.