ପଞ୍ଜାବରେ ଆମ୍ ଆଦ୍ମୀ ପାର୍ଟି ନେତା ଗୁର୍ପ୍ରୀତ ସିଂଙ୍କୁ ଗୁଳି କରି ହତ୍ୟା
ପଞ୍ଜାବରେ ଆମ୍ ଆଦ୍ମୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା । ଏଠାରେ ତରନତାରନରେ ଆପ୍ର ଜଣେ କାର୍ଯ୍ୟକର୍ତ୍ତା ଗୁରପ୍ରୀତ ସିଂ ଗୋପିଙ୍କୁ ଦିନ ଦ୍ୱିପ୍ରହରରେ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି ।
ପଞ୍ଜାବରେ ଆମ୍ ଆଦ୍ମୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା । ଏଠାରେ ତରନତାରନରେ ଆପ୍ର ଜଣେ କାର୍ଯ୍ୟକର୍ତ୍ତା ଗୁରପ୍ରୀତ ସିଂ ଗୋପିଙ୍କୁ ଦିନ ଦ୍ୱିପ୍ରହରରେ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ଗୋଇନ୍ଦଓ୍ଵାଲ ସାହେବ ରେଳ କ୍ରସିଂଠାରେ ଏହି ହତ୍ୟାକାଣ୍ଡ ଘଟିଛି । ଗୁରପ୍ରୀତ ଗୋପି ଖଡୁର ସାହିବ ବିଧାୟକ ମନଜିନ୍ଦର ସିଂ ଲାଲପୁରାଙ୍କ ନିକଟତର ଥିଲେ ।
ଗୁରପ୍ରୀତ ଏକ କାର୍ରେ ଯାତ୍ରା କରୁଥିଲେ । ଏହି ସମୟରେ ଦୁର୍ବୃତ୍ତ ତାଙ୍କୁ ଅଟକାଇ ତାଙ୍କ ଉପରେ ଗୁଳି ବର୍ଷଣ କରିଥିଲେ । ବର୍ତ୍ତମାନ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ଏବଂ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରୁଛି । ଖବର ମୁତାବକ, ଗୁରପ୍ରୀତ ସିଂ ଏକୁଟିଆ କପୁରଥଲା ଆଡ଼କୁ ଯାଉଥିଲେ । ଏହି ସମୟରେ ଦୁର୍ବୃତ୍ତ ତାଙ୍କୁ ପିଛା କରୁଥିଲେ ।
ଫତେହବାଦ ଓ ଗୋଇନ୍ଦଓ୍ଵାଲ ସାହିବ ମଧ୍ୟବର୍ତ୍ତୀ ରେଳ କ୍ରସିଂ ନିକଟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଏହାପରେ ତୁରନ୍ତ ଘଟଣାସ୍ଥଳକୁ ଫେରାଇ ହୋଇ ଯାଇଥିଲେ ।