Below header

ବିଗ୍ ବସ୍ ୧୭ ପରେ ଆୟେଶା ଖାନଙ୍କୁ ମିଳିଲା ଏକ ବଡ ଅଫର, ଖୁବ୍‌ ଶୀଘ୍ର ନଜର ଆସିବେ ତେଲୁଗୁ ଫିଲ୍ମରେ

ଆୟେଶା ଖାନ୍ ‘ବିଗ୍ ବସ୍ ୧୭’ ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିବା ସହିତ ଖୁବ୍‌ ଚର୍ଚ୍ଚାରେ ରହିଥିଲେ । ଏହି ସୋ କୁ ଆସିବା ପରେ ସେ ମୁନାଓ୍ଵରଙ୍କ ବିଷୟରେ ଅନେକ ଖୁଲାସା କରିଥିଲେ । ତେବେ ଆୟେଶା କିଛି ଦିନ ଏହି ସୋ ରେ ରହିବା ପରେ, ଏଥିରୁ ବାହାରି ଯାଇଥିଲେ । କିନ୍ତୁ ଅଳ୍ପ ସମୟ ମଧ୍ୟରେ ଦର୍ଶକ ଆୟେଶାଙ୍କୁ ବହୁତ ଭଲ ପାଇବା ଦେଇଥିଲେ ।

ଟିଭି ଦୁନିଆର ଅନେକ ରିୟାଲିଟି ସୋ ମଧ୍ୟରୁ ‘ବିଗ୍‌ ବସ୍‌’ ଏକ ଅନ୍ୟତମ ସୋ । ତେବେ ଏହାର ୧୭ଟି ସିଜିନ୍‌ ଯାଇସାରିଛି । ବର୍ତ୍ତମାନ କିଛି ଦିନ ପୂର୍ବରୁ ଏହାର‘ବିଗ୍‌ ବସ ସିଜିନ୍‌ ୧୭’ ମଧ୍ୟ ଶେଷ ହୋଇଛି । ଏହି ସିଜିନ୍‌ରେ ଟିଭି ଦୁନିଆର ଏବଂ ସୋସିଆଲ ମିଡିଆର ଅନେକ ସେଲିବ୍ରେଟି ନଜର ଆସିଥିଲେ । ସେହି ସମସ୍ତ ପ୍ରତିଯୋଗୀ ମଧ୍ୟରେ ଆୟେଶା ଖାନ୍ ‘ବିଗ୍ ବସ୍ ୧୭’ ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିବା ସହିତ ଖୁବ୍‌ ଚର୍ଚ୍ଚାରେ ରହିଥିଲେ । ଏହି ସୋ କୁ ଆସିବା ପରେ ସେ ମୁନାଓ୍ଵରଙ୍କ ବିଷୟରେ ଅନେକ ଖୁଲାସା କରିଥିଲେ । ତେବେ ଆୟେଶା କିଛି ଦିନ ଏହି ସୋ ରେ ରହିବା ପରେ, ଏଥିରୁ ବାହାରି ଯାଇଥିଲେ । କିନ୍ତୁ ଅଳ୍ପ ସମୟ ମଧ୍ୟରେ ଦର୍ଶକ ଆୟେଶାଙ୍କୁ ବହୁତ ଭଲ ପାଇବା ଦେଇଥିଲେ ।

ତେବେ ସଲମାନ ଖାନଙ୍କ ସୋ’ରୁ ବାହାରିବା ପରେ ଆୟେଶା ଖାନଙ୍କୁ ଅନେକ ପ୍ରୋଜେକ୍ଟ ମିଳିଛି । ଏହି ବିଷୟରେ କଥାବାର୍ତ୍ତା କରି ଅଭିନେତ୍ରୀ କହିଛନ୍ତି ଯେ ସୋ ’ରୁ ବାହାରିବା ପରେ ତାଙ୍କୁ ରେଷ୍ଟ ନେବା ପାଇଁ ସୁଯୋଗ ମିଳି ନାହିଁ । ଆୟେଶା ଏପରି ମଧ୍ୟ କହିଛନ୍ତି ଯେ ତାଙ୍କୁ ବହୁତ କାମ ମିଳିଥିବାରୁ ସେ ବହୁତ ଖୁସି ଅଛନ୍ତି ।

ନିକଟରେ ଏକ ଇଣ୍ଟରଭ୍ୟୁରେ ଆୟେଶା ଖାନ କଥାବାର୍ତ୍ତା କଲା ବେଳେ କହିଛନ୍ତି, ଯେ ବିଗ୍ ବସ୍ ଘରୁ ବାହାରିବା ପରେ ତାଙ୍କ ଜୀବନରେ ବହୁତ ଭଲ ଭଲ ଜିନିଷ ହୋଇଛି । ତେବେ ବିଗ୍ ବସ୍ ଘରେ ରହିବା ଅତ୍ୟନ୍ତ କଷ୍ଟକର, ମୁଁ ଜାଣେ ନାହିଁ ଲୋକମାନେ ଏତେ ଦିନ କିପରି ରୁହନ୍ତି । ଏହି ସୋ ଜରିଆରେ ମୁଁ ବହୁତ କିଛି କଥା ଦେଖିଛି । କିନ୍ତୁ ଅଳ୍ପ ସମୟ ମଧ୍ୟରେ ମଧ୍ୟ ମୁଁ ପ୍ରଶଂସକଙ୍କ ଠାରୁ ବହୁତ ସମର୍ଥନ ଏବଂ ଭଲ ପାଇବା ପାଇଛି ।

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଗ୍‌ ବସ୍‌ରୁ ବାହାରିବା ପରେ ଆୟେଶା ଖାନ ଖୁବ ଶୀଘ୍ର ତେଲୁଗୁ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଏହି ବିଷୟରେ ଆୟେଶା ଖାନ୍‌ କହିଥିଲେ ଯେ ଯେତେବେଳେ ତେଲୁଗୁ ଫିଲ୍ମର ଅଫର ତାଙ୍କ ପାଖକୁ ଆସିଲା ସେ ବହୁତ ଖୁସି ହୋଇଥିଲେ । କିନ୍ତୁ ତାଙ୍କୁ ଲାଗିଥିଲା ଯେ ଏହା ଏକ କ୍ସାମ୍‌ ହୋଇପରେ । ହେଲେ ପରେ ଆୟେଶା ତେଲୁଗୁ ଇଣ୍ଡଷ୍ଟ୍ରୀ ବିଷୟରେ କହିଛନ୍ତି, ‘ତେଲୁଗୁ ଭାଷା ମୋ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା, ଯେତେବେଳେ ମୁଁ ଫିଲ୍ମର ସୁଟିଂ କଲି, ମୁଁ ଭାବୁଥିଲି ଯେ ମୁଁ ହିନ୍ଦୀରେ ଏହି ଭୂମିକାକୁ ଭଲ କରି ପାରିଥାନ୍ତି’ ।

ଯଦି ଆମେ ଆୟେଶା ଖାନଙ୍କ କାମ ବିଷୟରେ କହିବା, ତାହେଲେ ସେ କହିଛନ୍ତି ଯେ ‘ମୁଁ ଏହି ପ୍ରୋଜେକ୍ଟକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କଲି ଏବଂ ଏଥିପାଇଁ ବହୁତ ଅଭ୍ୟାସ ମଧ୍ୟ କଲି । ଯଦିଓ ଆରମ୍ଭରେ ଜିନିଷଗୁଡ଼ିକ ବହୁତ କଷ୍ଟସାଧ୍ୟ ଥିଲା, କିନ୍ତୁ ମୁଁ ଶୀଘ୍ର ଏହି ଭାଷାକୁ ଶିଖିଯାଇଥିଲି । ତେବେ ଆୟେଶା ଖାନ୍‌ ବିଗ୍‌ ବସ୍‌ରୁ ବାହାରିବା ପରେ ତାଙ୍କୁ ଏହି ପରି ଅନେକ କାମ ମିଳିଛି, ଯେଉଁଥି ପାଇଁ ସେ ବହୁତ ଖୁସି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.