ମେ ମାସରୁ ରାଜ୍ୟ ସରକାର ଗଣିବେ କଲରାପତରିଆ ବାଘ

ମେ ମାସରୁ ରାଜ୍ୟ ସରକାର ନିଜେ ଗଣିବେ କଲରାପତରିଆ । କ୍ୟାମେରା ଟ୍ରାପ ଦ୍ବାରା ଗଣନା କାର୍ଯ୍ୟ କରାଯିବ। ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, NTCA ରିପୋର୍ଟକୁ ତର୍ଜମା କରାଯାଉଛି ।

ଭୁବନେଶ୍ୱର (କେନ୍ୟୁଜ): ମେ ମାସରୁ ରାଜ୍ୟ ସରକାର ନିଜେ ଗଣିବେ କଲରାପତରିଆ । ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରାଯିବ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ । କ୍ୟାମେରା ଟ୍ରାପ ଦ୍ବାରା ଗଣନା କାର୍ଯ୍ୟ କରାଯିବ। ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, NTCA ରିପୋର୍ଟକୁ ତର୍ଜମା କରାଯାଉଛି । ତେବେ ସେଥିରେ କିଛି ତ୍ରୁଟି ଥିବା ଜଣାପଡ଼ୁଛି, ତେଣୁ ଏହାକୁ ରାଜ୍ୟ ସ୍ତରରେ ସଂଶୋଧନ କରାଯିବ ।

ପ୍ରଥମତଃ ଏହା NTCAର ଏକ ଆକଳନ ରିପୋର୍ଟ । ଦ୍ଵିତୀୟରେ ୨୦୨୨ରେ ସେମାନେ ମାତ୍ର ୩ଟି ସ୍ଥାନରେ କ୍ୟାମେରା ଟ୍ରାପ୍ ଲଗାଇଥିଲେ । ତେବେ ୨୦୧୮ ଆକଳନ ବେଳେ ୧୪ଟି ଜାଗାରେ କ୍ୟାମେରା ଟ୍ରାପ ଲାଗିଥିଲା, ଯେଉଁଥିରୁ ସେମାନେ ୭୬୦ କଲରାପତରିଆ ଥିବା ଜାଣିବାକୁ ପାଇଥିଲେ । ତେବେ ୨୦୨୨ରେ ଶିମିଳିପାଳ ଓ ସାତକୋଶିଆରେ କଲରାପତରିଆ ସଂଖ୍ୟା ବଢ଼ିଥିବା ରାଜ୍ୟ ପାଇଁ ଖୁସି ଖବର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.