ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଘେରିଲେ ୨୦ ହଜାର ଟ୍ରକ ଚାଳକ, ପରିବାର ସହ ଘର ଛାଡ଼ି ଫେରାର ହେଲେ କାନାଡ଼ା ପିଏମ୍‌

ଜନସାଧାରଣଙ୍କ ତୀବ୍ର ବିରୋଧ ପରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡେ ଓ ତାଙ୍କ ପରିବାର ନିଜ ବାସଭବନ ଛାଡ଼ି କୁଆଡ଼େ ଚାଲି ଯାଇଛନ୍ତି। କୁହାଯାଉଛି ଯେ କରୋନା ଟିକା ଓ ଅନ୍ୟ ସାର୍ବଜନିକ ସ୍ୱାସ୍ଥ୍ୟ ପ୍ରତିବନ୍ଧକକୁ ଶେଷ କରିବା ପାଇଁ ଦାବି କରି ଶନିବାର ହଜାର ହଜାର ଟ୍ରକ ଚାଳକ ଓ ଅନ୍ୟ ପ୍ରଦର୍ଶନକାରୀ ରାଜଧାନୀରେ ଏକତ୍ରିତ ହେବା ସହ ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଘେରି ଯାଇଥିଲେ। ଏହି ଟ୍ରକ ଚାଳକ ମାନେ ପାଖାପାଖି ୭୦ କିଲୋମିଟର ଲମ୍ବା ଠିଆ ହୋଇଥିଲେ। ଏହି ଆନ୍ଦୋଳନକୁ ସେମାନେ ‘ଫ୍ରିଡମ୍‌ କନ୍‌ଭେ’ ବୋଲି ନାମକରଣ କରିଛନ୍ତି। ଟ୍ରକ ଚାଳକ ମାନେ କାନାଡ଼ା ପତାକା ସହ ସ୍ୱାଧୀନତା ଦାବି କରୁଥିବା ପତାକା ଧରି ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ଙ୍କ ବିରୋଧରେ ପ୍ରବଳ ନାରାବାଜି କରିଥିଲେ।

ଏହି ଆନ୍ଦୋଳନରେ ଟ୍ରକ୍‌ ଚାଳକଙ୍କ ସହ ଅନ୍ୟ ଆନ୍ଦୋଳନକାରୀ ମଧ୍ୟ ସାମିଲ ହୋଇଥିଲେ ଓ କରୋନା ପ୍ରତିବନ୍ଧକ ବିରୋଧରେ ଆନ୍ଦୋଳନ କରିଥିଲେ। ଏ ଅବସରରେ ରାସ୍ତାରେ ପ୍ରବଳ ଭିଡ଼ ଜମିଥିଲା। ରାସ୍ତା ଉପରେ ହଜାର ହଜାର ଟ୍ରକ୍‌ ଠିଆ ହୋଇ ହର୍ଣ୍ଣ ବଜାଇଥିଲେ। ଫଳରେ ଅଞ୍ଚଳରେ ଏକ ପ୍ରକାରର ଗଣ୍ଡଗୋଳ ସ୍ଥିତି ଉପୁଜିଥିଲା। ସେମାନେ ସଂସଦ ନିକଟରେ ବି ପହଞ୍ଚିଯାଇଥିଲେ।

ରିପୋର୍ଟ ମୁତାବକ, ଟ୍ରକ ଚାଳକମାନେ ଆମେରିକାର ସୀମା ପାର କରିବା ପାଇଁ ଟିକା ଅନିବାର୍ଯ୍ୟ ନିୟମକୁ ବିରୋଧ କରି ଶନିବାର ଆନ୍ଦୋଳନ କରିଥିଲେ। ଏ ଅବସରରେ ୨୦ ହଜାରରୁ ଊର୍ଦ୍ଧ୍ୱ ଟ୍ରକ ଚାଳକ ନିଜ ଟ୍ରକ ସହ ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଘେରିଥିଲେ। ଟ୍ରକ ଚାଳକଙ୍କ ରାଗିବାର କାରଣ ହେଉଛି କିଛି ଦିନ ତଳେ କାନାଡ଼ାର ପ୍ରଧାନମନ୍ତ୍ରୀ ଏକ ବିବାଦୀୟ ବୟାନ ଦେଇ ଟ୍ରକ ଚାଳକଙ୍କୁ ‘ଗୁରୁତ୍ୱହୀନ ଅଳ୍ପ ସଂଖ୍ୟକ’ ବୋଲି କହିଥିଲେ। ଏହି ମନ୍ତବ୍ୟକୁ ନେଇ ଟ୍ରକ ଚାଳକମାନେ ରାଗିବା ସହ ସହରର ସ୍ଥିତି ବେହାଲ କରି ଦେଇଛନ୍ତି। ରାସ୍ତାରେ ପାଖାପାଖି ୭୦ କିଲୋମିଟର ବ୍ୟାପୀ ଟ୍ରକ ଛିଡ଼ା ହୋଇଥିବାରୁ ସାଧାରଣ ଲୋକମାନେ ଯାତାୟାତ କରିପାରିନାହାନ୍ତି।

ଏତେ ସଂଖ୍ୟକ ଟ୍ରକ ଚାଳକଙ୍କ ଆନ୍ଦୋଳନ ଦେଖି ଭୟରେ କାନାଡ଼ାର ପ୍ରଧାନମନ୍ତ୍ରୀ ନିଜ ପରିବାର ସହ ଆତ୍ମ ଗୋପନ କରିଛନ୍ତି। ଜଷ୍ଟିନ୍‌ କେଉଁଠି ଅଛନ୍ତି ସେ ନେଇ କୌଣସି ସୂଚନା କାହା ପାଖରେ ବି ନଥିବା ଜଣାଯାଇଛି।

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago