ଦେଶ ବିଦେଶ

ଦିଅରର ଗୁପ୍ତାଙ୍ଗକୁ କାମୁଡ଼ି ଛିଣ୍ଡାଇ ଦେଲା ଭାଉଜ; ନିଜକୁ ବି ଛୁରୀରେ କଲା ଆଘାତ! ସ୍ୱାମୀର ମାନସିକ ଅବସ୍ଥା ଠିକ୍‌ ନ ଥିବାରୁ ଦିଅର ସହ ଥିଲା ଅବୈଧ ସମ୍ପର୍କ!

କାନପୁରରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଦାନ୍ତରେ ଦିଅରର ଗୁପ୍ତାଙ୍ଗକୁ କାମୁଡ଼ି ଛିଣ୍ଡାଇ ଦେଇଛନ୍ତି। ଏଥି ସହ ଛୁରୀରେ ନିଜ ହାତର ଶିରାକୁ ମଧ୍ୟ କାଟି ଦେଇଛନ୍ତି। ପାଟି ଶୁଣି ଯେତେବେଳେ ସମ୍ପର୍କୀୟମାନେ କୋଠରୀରେ ପହଞ୍ଚିଥିଲେ, ତ ସେଠି ଦିଅର ଓ ଭାଉଜ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇ ଯାଇଥିଲା। ଏଠାରେ ଡାକ୍ତରମାନେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରି ଦେଇଥିଲେ। ଏବେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି।

ପୋଲିସ ସୂଚନା ଅନୁସାରେ, ବିଲ୍‌ହାର ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ବ୍ୟକ୍ତି ରୁହନ୍ତି। ତାଙ୍କ ବିବାହ ୪ ବର୍ଷ ପୂର୍ବେ ହୋଇଥିଲା। ହେଲେ ବିବାହ ପରେ ବ୍ୟକ୍ତିଙ୍କ ମାନସିକ ଅବସ୍ଥା ବିଗିଡ଼ି ଯାଇଥିଲା। ସ୍ୱାମୀଙ୍କ ମାନସିକ ଅବସ୍ଥା ଠିକ୍‌ ନ ହେବା କାରଣରୁ ମହିଳା ଶାଶୁଘର ଆସିଲା ଦିନଠାରୁ ହିଁ ଝଗଡ଼ା କରୁଥିଲେ। ମହିଳାଙ୍କ ଶାଶୁ କହିଛନ୍ତି ଯେ ବଡ଼ ପୁଅର ମାନସିକ ଅବସ୍ଥା ଠିକ୍‌ ନାହିଁ, ଏହି କାରଣରୁ ତାଙ୍କ ବୋହୂ ପୁରା ପରିବାରକୁ ମିଥ୍ୟା ମାମଲାରେ ଫସାଇ ଦେବାକୁ ନଚେତ୍‌ ନିଜେ ଆତ୍ମହତ୍ୟା କରିବାକୁ ଧମକ ଦେଉଥିଲା।

ସାନ ପୁଅର ଜୀବନକୁ ନଷ୍ଟ କରି ଦେଲା ବୋହୂ

ମହିଳାଙ୍କ ଶାଶୁଙ୍କ କହିବା ଅନୁଯାୟୀ, ଶୁକ୍ରବାର ସକାଳେ ତାଙ୍କର ଅବିବାହିତ ସାନ ପୁଅ କୋଠରୀରେ ଶୋଇଥିଲା। ସେତେବେଳେ ବୋହୂ ଘର ଭିତରକୁ ପ୍ରବେଶ କରି ପୁଅର ଗୁପ୍ତାଙ୍ଗକୁ କାମୁଡ଼ି ଛିଣ୍ଡାଇ ଦେଇଥିଲା। ଏପରି କି, ନିଜକୁ ମଧ୍ୟ ଛୁରୀରେ ଆହତ କରି ପକାଇଥିଲା। ବର୍ତ୍ତମାନ ହସ୍ପିଟାଲରେ ଉଭୟଙ୍କର ଚିକିତ୍ସା ଚାଲିଛି। ବୋହୂ ସାନ ପୁଅର ଜୀବନକୁ ନଷ୍ଟ କରିଦେଲା ବୋଲି ଶାଶୁ ଅଭିଯୋଗ କରିଛନ୍ତି। ସେପଟେ ବଡ଼ ପୁଅର ମାନସିକ ଅବସ୍ଥା ପୂର୍ବରୁ ହିଁ ଖରାପ ରହିଛି।

ଦିଅର ସହ ଥିଲା ଭାଉଜର ଅବୈଧ ସମ୍ପର୍କ

ଗ୍ରାମବାସୀଙ୍କ କହିବା ହେଲା, ସ୍ୱାମୀର ମାନସିକ ଅବସ୍ଥା ଠିକ୍‌ ନାହିଁ, ଯେଉଁ କାରଣରୁ ମହିଳା ନିଜ ଦିଅର ସହ ଅନୈତିକ ସମ୍ପର୍କ ରଖିଥିଲେ। ତେବେ ଦିଅର ଓ ଭାଉଜଙ୍କ ଭିତରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ରାଗି ଯାଇ ବିବାହିତା ମହିଳା ଦିଅରର ଗୁପ୍ତାଙ୍ଗକୁ କାମୁଡ଼ି ଛିଣ୍ଡାଇ ଦେଇଥିଲେ। ପରେ ଏକ ଛୁରୀରେ ନିଜକୁ ମଧ୍ୟ ଆଘାତ କରିଥିଲେ। ପୋଲିସ କହିଛ ଯେ ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠୁ ଡିସ୍‌ଚାର୍ଜ ହେବା ପରେ ଏ ନେଇ ମାମଲା ରୁଜୁ କରାଯିବ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

42 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago