ଦେଶ ବିଦେଶ

କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ମନ୍ତ୍ରୀ ମଳୟ ଘଟକଙ୍କ ଘରେ ସିବିଆଇ ଚଢାଉ

ନୂଆଦିଲ୍ଲୀ: ସିବିଆଇ ସ୍କାନରରେ ପଶ୍ଚିମବଙ୍ଗର ଆଉ ଜଣେ ମନ୍ତ୍ରୀ । ପଶ୍ଚିମବଙ୍ଗ ସରକାରଙ୍କ ଆଇନ ଓ ଶ୍ରମ ମନ୍ତ୍ରୀ ମଳୟ ଘଟକଙ୍କ ଘରେ ରେଡ୍‌ କରିଛି ସିବିଆଇ ଟିମ୍‌ । ଆସାନସୋଲ୍‌ ଓ କୋଲକାତା ସମେତ ୭ଟି ସ୍ଥାନରେ ଏକକାଳୀନ ରେଡ୍‌ କରାଯାଉଛି । ମଳୟ ଘଟକଙ୍କୁ ଅଟକ ରଖିଛି ସିବିଆଇ । କୋଇଲା ଚାଲାଣ ଦୁର୍ନୀତି ଅଭିଯୋଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଖୋଳତାଡ କରୁଛି ସିବିଆଇ । ପୂର୍ବରୁ ଏହି ମାମଲାରେ ମଳୟ ଘଟକଙ୍କୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମଳୟ ଘଟକଙ୍କ ସହ ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ବି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ରାଡାରରେ ଅଛନ୍ତି । ପୂର୍ବରୁ ଅଭିଷେକଙ୍କୁ ଇଡି ପଚରାଉଚରା କରିଥିଲା ।

ସୂଚନାନୁସାରେ, ସିବିଆଇ ତରଫରୁ ପଚରାଉଚରା ପାଇଁ ମଳୟ ଘଟକଙ୍କୁ ଅନେକ ଥର ସମନ ଜାରି କରାଯାଇଥିଲା । କିନ୍ତୁ ସେ ପ୍ରତ୍ୟେକ ଥର କୌଣସି ନା କୌଣସି ବାହାନା କରି ହାଜର ହୋଇନଥିଲେ। ଏବେ ସିବିଆଇ ତାଙ୍କର ପ୍ରାୟ ୭ଟି ସ୍ଥାନରେ ଚଢାଉ କରିଛି। ଏହାଛଡ଼ା ସିବିଆଇ ମଳୟଙ୍କୁ ମଧ୍ୟ ପଚରାଉଚରା କରିପାରେ।

ଏହି ମାମଲାରେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଇଡି ଏକ ମାମଲା ରୁଜୁ କରିଥିଲା। ୨୭ ନଭେମ୍ବର ୨୦୨୦ରେ ସିବିଆଇ ଦ୍ୱାରା ରୁଜୁ ମାମଲା ଆଧାରରେ ଯାଞ୍ଚ୍ ଆରମ୍ଭ ହୋଇଥିଲା । ଏହି ମାମଲାରେ ଇଡି ଅଭିଯୁକ୍ତଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଜବତ କରିଥିଲା। ପ୍ରାୟ ୧୮୧ କୋଟି ଟଙ୍କା ମୂଲ୍ୟର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା । ଏହି ମାମଲାରେ ଇଡି ବହୁ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି। କୋଇଲା ଘୋଟାଲା ମାମଲାରେ ମମତାଙ୍କ ପୁତୁରା ତଥା ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ଇଡି ଅନେକ ଥର ପଚରାଉଚରା କରିଛି। ତାଙ୍କ ବିରୋଧରେ ଏକ ଅଭିଯୋଗ ହେଉଛି ଯେ ବେଆଇନ ବ୍ୟବସାୟରୁ ଆଦାୟ ଟଙ୍କା ତାଙ୍କୁ ଦିଆଯାଇଛି ।

 

 

 

Barsha

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

6 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

31 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

40 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago