ମନୋରଂଜନ

ପାକିସ୍ତାନୀ କ୍ରିକେଟର ନସିମ ଶାହଙ୍କ ଭିଡିଓ ସେୟାର କରି ଟ୍ରୋଲ ହେଲେ ଉର୍ବଶୀ ରୌତେଲା, ଫ୍ୟାନ୍ସ କହିଲେ ଚାଲିଛି ‘ଟ୍ରାଏଙ୍ଗଲ ଲଭ୍‌’

ଉର୍ବଶୀ ରୌତେଲା ଫିଲ୍ମ ନୁହେଁ ନିଜର ରିଲେସନସିପକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି। ଉର୍ବଶୀଙ୍କ ନାମ ସବୁବେଳେ ଭାରତୀୟ କ୍ରିକେଟ ଟିମର ଖେଳାଳି ରିଷଭ ପନ୍ତଙ୍କ ସହିତ ଯୋଡା ହୁଏ। ହେଲେ ଏବେ ଦୁହିଁଙ୍କ ମଧ୍ୟରେ ଥିବା ଲୁଚାଛପା ଝଗଡା ସମସ୍ତଙ୍କ ସାମ୍ନାକୁ ଆସିଛି। ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ହେଲେ ଉର୍ବଶୀ ଏବେ ରିଷଭଙ୍କୁ ଛାଡି ଆଉ କାହାକୁ ହୃଦୟ ଦେଇ ବସିଛନ୍ତି। ଯାହାକୁ ନେଇ ଟ୍ରୋଲିଂର ଶିକାର ହୋଇଛନ୍ତି।

ଉର୍ବଶୀ ଯେତେବେଳେ ବି ମ୍ୟାଚ୍‌ ଦେଖି ଆସନ୍ତି, ସେତେବେଳେ ଟ୍ରୋଲର ଶିକାର ହୁଅନ୍ତି। ଏବେ ଉର୍ବଶୀ ପାକିସ୍ତାନୀ କ୍ରିକେଟ ନସିମ ଶାହଙ୍କୁ ହୃଦୟ ଦେଇ ବସିଛନ୍ତି ବୋଲି ଫ୍ୟାନ୍ସ କହୁଛନ୍ତି। ଉର୍ବଶୀ ଇନଷ୍ଟାରେ ଏକ ଷ୍ଟୋରୀ ସେୟାର କରିଛନ୍ତି। ଯେଉଁଥିରେ ସେ ପାକିସ୍ତାନୀ କ୍ରିକେଟର ନସିମ ଶାହଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଆଉ ଏହି ଭିଡିଓ ଦେଖି ଭାରତୀୟ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଯାଇଛି। ଏହାକୁ ନେଇ ଫ୍ୟାନ୍ସ ଟ୍ରୋଲ କରୁଛନ୍ତି। ଏହାକୁ ନେଇ ମିମ୍ସ ମଧ୍ୟ କରୁଛନ୍ତି।

ସୂଚନାଯୋଗ୍ୟ, ଭାରତୀୟ କ୍ରିକେଟର ରିଷଭ୍‌ ପନ୍ତ ଓ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ମଧ୍ୟରେ ବିବାଦ ବଢ଼ି ଚାଲିଛି। ନିକଟରେ ପନ୍ତ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଉର୍ବଶୀଙ୍କ ନାଁ ନ ନେଇ ତାଙ୍କ ପିଛା ଛାଡ଼ିବାକୁ ଅପିଲ କରିଥିଲେ।  ପରେ ଉର୍ବଶୀ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ୍‍ ସେୟାର କରିଥିଲେ । ଏଥିରେ ସେ ପନ୍ତଙ୍କ ନାମ ନ ନେଇ ତାଙ୍କୁ କଡ଼ା ଜବାବ୍‌ ଦେଇଥିଲେ।

ଇନ୍‌ଷ୍ଟାଗ୍ରାମରେ ଉର୍ବଶୀ ପୋଷ୍ଟ୍‍ କରିଥିଲେ କି, ‘ଛୋଟ ଭାଇ କେବଳ ବ୍ୟାଟ୍‌ ବଲ୍‌ ଖେଳିବା ଉଚିତ୍‌। ମୁଁ କୌଣସି ମୁନ୍ନି ନୁହେଁ ଯେ ବଦ୍‌ନାମ ହୋଇଯିବି, ତାହା ବି କିଡୋ ଡାର୍ଲିଂ (ଛୋଟ ପିଲା) ତୁମ ପାଇଁ। ରକ୍ଷା ବନ୍ଧନ ଶୁଭେଚ୍ଛା ଆର୍‌ପି ଛୋଟ ଭାଇ। କୌଣସି ଶାନ୍ତ ଝିଅର ଫାଇଦା ଉଠାଇବା ଉଚିତ୍‌ ନୁହେଁ’।
୨୦୧୯ରେ ରିଷଭ୍ ପନ୍ତ ଓ ଉର୍ବଶୀ ରୌତେଲାଙ୍କୁ ଜୁହୁର ଏକ ହୋଟେଲରେ ଲେଟ୍ ନାଇଟ୍ ଡିନର ଡେଟ୍‌ରେ ଯାଉଥିବାର ଦେଖାଯାଇଥିଲା। ଏହାପରେ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା।

 

ଦେଖନ୍ତୁ କିଛି ମିମ୍ସ :

Swagatika

Recent Posts

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

16 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

2 hours ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

2 hours ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago

ଆଜିର ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ମୂଲ୍ୟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 hours ago