ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ମାମଲାରେ ଲଣ୍ଡନ କୋର୍ଟଙ୍କୁ ଭିଡିଓ ଫୁଟେଜ୍‌ ଦେଲା ସିବିଆଇ

ନୂଆଦୀଲ୍ଲୀ (କେନ୍ଯୁଜ୍) :  ଲିକର୍‌ ବାରୋନ୍‌ ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟାର୍ପଣ ମାମଲାରେ ଲଣ୍ଡନ କୋର୍ଟଙ୍କୁ ଭିଡିଓ ଫୁଟେଜ୍‌ ଦେଲା ସିବିଆଇ । ମୁମ୍ବାଇ ଆର୍ଥର ରୋଡ୍‌ ଜେଲ୍‌ର ୧୨ ନମ୍ବର ବାରାକ୍‌ର ୮ ମିନିଟ ଭିଡିଓ ଦେଇଛି ସିବିଆଇ । ଯେଉଁଥିରେ ଦର୍ଶାଯାଇଛି, ୧୨ ନମ୍ବର ବାରାକ୍‌ରେ ରହିଛି ବ୍ୟାପକ ଆଲୋକିକରଣ ବ୍ୟବସ୍ଥା ।

ସେହିପରି ଟେଲିଭିଜନ, ବ୍ୟକ୍ତିଗତ ଟଏଲଟ୍‌, ସଫାସୁତୁରା ବେଡ୍‌, କମ୍ବଳ ଓ ଚଲାବୁଲା କରିବା ପାଇଁ ଖାଲି ସ୍ଥାନ ଭଳି ଅନ୍ୟ ସମସ୍ତ ବ୍ୟବସ୍ଥା ବି ରହିଛି । ମାଲ୍ୟା ଯେଉଁ ବାରାକ୍‌ରେ ରହିବେ ସେଠାକୁ ପ୍ରାକୃତିକ ଆଲୋକ ଓ ବାୟୁ ଚଳାଚଳ ବ୍ୟବସ୍ଥା ବି ହୋଇଥିବା ଭିଡିଓରେ ଦର୍ଶାଇଛି ସିବିଆଇ ।

ମାଲ୍ୟାଙ୍କୁ ଲାଇବ୍ରେରୀ ସୁବିଧା ମଧ୍ୟ ମିଳିବ । ଆର୍ଥର ରୋଡ୍‌ ଜେଲ୍‌ର ୧୨ ନମ୍ବର ବାରାକ୍‌ ଅଲଗା ସ୍ଥାନରେ ରହିଛି । ଯେଉଁଠାରେ କେବଳ ୬ ଜଣ କଏଦୀ ରହିପାରିବେ ଓ ଭିଡ଼ର ବିପଦ ନାହିଁ ବୋଲି ସିବିଆଇ ଲଣ୍ଡନ କୋର୍ଟଙ୍କୁ ଅବଗତ କରାଇଛି । ଗତ ଜୁଲାଇ ୩୧ ତାରିଖରେ ୯ ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇ ଅଭିଯୋଗ ଉପରେ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ସମ୍ପର୍କିତ ମାମଲାର ଶୁଣାଣି କରିଥିଲେ ଲଣ୍ଡନ କୋର୍ଟ । ମାଲ୍ୟାଙ୍କୁ କେଉଁ ଜେଲ୍‌ରେ ରଖାଯିବ ତାର ଭିଡିଓ ଫୁଟେଜ୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

KNews Bureau

Recent Posts

ପେଟ୍ରୋଲ ଓ ଡିଜେଲ ଦରରେ ହେଲା ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍‌

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୭ ପଇସା ରହିଛି ।…

10 mins ago

ପୁଣି ଆକାଶଛୁଆଁ ସୁନା ଦର, ଜାଣନ୍ତୁ କେଉଁ ସହରରେ କେତେ ଦାମ୍‌ ?

ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି ।…

17 mins ago

ସଜେଇ ହେଲାଣି ଜନତା ମୈଦାନ: କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ରହିଛି ସାରା ଓଡିଶାର ନଜର

ଭୁବନେଶ୍ୱର (କେନ୍ୟୁଜ): କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ୧୦ ତାରିଖ ସକାଳ ୧୦ଟାରେ ବସିବ ବିଜେପି ବିଧାୟକ…

27 mins ago

ମିଡିଆ ବାରୋନ ରାମୋଜୀ ରାଓଙ୍କ ପରଲୋକ, କିଛି ଦିନ ହେଲା ଥିଲେ ଅସୁସ୍ଥ

ହାଇଦ୍ରାବଦ : ମିଡିଆ ବାରୋନ ରାମୋଜୀ ରାଓଙ୍କ ପରଲୋକ । ୮୭ ବର୍ଷ ବୟସରେ ହାଇଦ୍ରାବଦର ଘରୋଇ ହସ୍ପିଟାଲରେ ତାଙ୍କର…

50 mins ago

ଆସୁଛି ମୌସୁମୀ, ପ୍ରଥମେ ଦକ୍ଷିଣ ଓଡ଼ିଶା କରିବ ସ୍ପର୍ଶ

ଭୁବନେଶ୍ୱର (କେନ୍ୟୁଜ): ଆସୁଛି ମୌସୁମୀ  ।  ଦୁଇ ତିନି ଦିନରେ ଓଡିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।…

1 hour ago

କାଳହେଲା କାଳବୈଶାଖୀ: ବଜ୍ରପାତରେ ୭ ମୃତ, ୧୦ ଆହତ

ଭୁବନେଶ୍ୱର (କେନ୍ୟୁଜ): କାଳହେଲା କାଳବୈଶାଖୀ ।  ବଜ୍ରପାତରେ ୭ ମୃତ, ୧୦ ଆହତ ।  ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ…

1 hour ago