ସିବିଏସଇ ଦଶମ ଶ୍ରେଣୀରେ ଦୂର ହେବ ପିଲାଙ୍କ ଗଣିତ ଭୟ, ବୋର୍ଡ ପକ୍ଷରୁ ଜାରି ହେଲା ନୂଆ ନିୟମ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୨୦୧୯-୨୦ ବର୍ଷର ପାଠ୍ୟକ୍ରମରେ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ସିବିଏସଇର ଦଶମ ବୋର୍ଡ ପରୀକ୍ଷାରେ ଅନେକ ବିଦ୍ୟାର୍ଥୀଙ୍କୁ ଗଣିତରେ କମ ମାର୍କ ମିଳିବାର ଡର ଦେଖି ଗଣିତ ପ୍ରଶ୍ନପତ୍ରରେ ଏବେ ସାଧାରଣ ପ୍ରଶ୍ନ ପଡିବ। ନୂତନ ପାଠ୍ୟକ୍ରମରେ ଦଶମ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଯେଉଁ ଛାତ୍ର ଛାତ୍ରୀମାନେ ଏକାଦଶ ବା ଦ୍ବାଦଶ ଶ୍ରେଣୀରେ ଗଣିତ ନେବାକୁ ଚାହିଁବେ ନାହିଁ ସେମାନଙ୍କ ପାଇଁ ଗଣିତରେ ସହଜ ବିକଳ୍ପ ରହିବ। ଆଗକୁ ବିଦ୍ୟାର୍ଥୀମାନଙ୍କ ପାଇଁ ଗଣିତ ପ୍ରଶ୍ନପତ୍ର ସହଜ ହେବ।

ସିବିଏସଇ ପକ୍ଷରୁ ଦଶମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କ ଗଣିତର ସହଜ ବିକଳ୍ପରେ ସବୁଠାରୁ ଅଧିକ ଲାଭ ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀର ପିଲାମାନେ ପାଇ ପାରିବେ। କମର୍ସ ଅଥବା ମାନବିକ ବିଷୟ ରଖି ପଢୁଥିବା ଛାତ୍ର-ଛାତ୍ରୀମାନେ ଏହି ସୁବିଧା ପାଇବେ। ବୋର୍ଡ ପରୀକ୍ଷା ସମୟରେ ସେମାନଙ୍କୁ ସହଜ ଗଣିତର ଅଲଗା-ଅଲଗା ପ୍ରଶ୍ନପତ୍ର ପ୍ରଦାନ କରାଯିବ।
ଏଭଳି ବ୍ୟବସ୍ଥା ଦ୍ବାରା ପିଲାମାନଙ୍କ ପରୀକ୍ଷାରେ ରେଜଲ୍ଟ ଭଲ ହୋଇପାରିବ। ବୋର୍ଡ କର୍ତ୍ତୃପକ୍ଷଙ୍କ ମତ ହେଉଛି ଶିକ୍ଷା ବ୍ୟବସ୍ଥାରେ ଏହି ପରିବର୍ତ୍ତନ ନୂତନ ପିଢିକୁ ଅଧିକ ସମ୍ବେଦନଶୀଳ କରିବା ଉଦ୍ଦେଶ୍ୟରେ କରାଯାଇଛି।

ଏଥି ସହ ସିବିଏସଇ ପକ୍ଷରୁ ପ୍ରାରମ୍ଭିକ ଶିକ୍ଷା ରୂପେ ଖେଳକୁଦ ସହିତ ଯୋଗକୁ ଏକ ବିଷୟ ରୂପେ ଯୋଡା ଯାଇଛି। ପାଠ୍ୟକ୍ରମରେ ପିଲାମାନଙ୍କର ସମ୍ପୂର୍ଣ୍ଣ ବିକାଶ ପାଇଁ ବୋର୍ଡ ପକ୍ଷରୁ ଏହି ନୂଆ ନିୟମ ଲାଗୁ କରାଯାଇଛି। ବର୍ତ୍ତମାନ ପିଲାମାନଙ୍କୁ ଶିକ୍ଷା ରୂପେ ଯୋଗ ବିଷୟ ପଢାଯିବ। ସିବିଏସଇ ଇଣ୍ଟରନାଲ ଆସେସମେଣ୍ଟର ଅଙ୍କ କମ କରି ୧୫ କରି ଦେଇଛି ଏବଂ ମୁଖ୍ୟ ପରୀକ୍ଷାରେ ଏହାର ମୂଲ୍ୟ ୫ ଅଙ୍କ କରିଦିଆଯାଇଛି। ଏହା ପୂର୍ବରୁ ୧୫ ଅଙ୍କ ଥିଲା।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago