ସିବିଏସଇ ଦଶମ ଶ୍ରେଣୀରେ ଦୂର ହେବ ପିଲାଙ୍କ ଗଣିତ ଭୟ, ବୋର୍ଡ ପକ୍ଷରୁ ଜାରି ହେଲା ନୂଆ ନିୟମ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୨୦୧୯-୨୦ ବର୍ଷର ପାଠ୍ୟକ୍ରମରେ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ସିବିଏସଇର ଦଶମ ବୋର୍ଡ ପରୀକ୍ଷାରେ ଅନେକ ବିଦ୍ୟାର୍ଥୀଙ୍କୁ ଗଣିତରେ କମ ମାର୍କ ମିଳିବାର ଡର ଦେଖି ଗଣିତ ପ୍ରଶ୍ନପତ୍ରରେ ଏବେ ସାଧାରଣ ପ୍ରଶ୍ନ ପଡିବ। ନୂତନ ପାଠ୍ୟକ୍ରମରେ ଦଶମ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଯେଉଁ ଛାତ୍ର ଛାତ୍ରୀମାନେ ଏକାଦଶ ବା ଦ୍ବାଦଶ ଶ୍ରେଣୀରେ ଗଣିତ ନେବାକୁ ଚାହିଁବେ ନାହିଁ ସେମାନଙ୍କ ପାଇଁ ଗଣିତରେ ସହଜ ବିକଳ୍ପ ରହିବ। ଆଗକୁ ବିଦ୍ୟାର୍ଥୀମାନଙ୍କ ପାଇଁ ଗଣିତ ପ୍ରଶ୍ନପତ୍ର ସହଜ ହେବ।

CBSE-10thସିବିଏସଇ ପକ୍ଷରୁ ଦଶମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କ ଗଣିତର ସହଜ ବିକଳ୍ପରେ ସବୁଠାରୁ ଅଧିକ ଲାଭ ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀର ପିଲାମାନେ ପାଇ ପାରିବେ। କମର୍ସ ଅଥବା ମାନବିକ ବିଷୟ ରଖି ପଢୁଥିବା ଛାତ୍ର-ଛାତ୍ରୀମାନେ ଏହି ସୁବିଧା ପାଇବେ। ବୋର୍ଡ ପରୀକ୍ଷା ସମୟରେ ସେମାନଙ୍କୁ ସହଜ ଗଣିତର ଅଲଗା-ଅଲଗା ପ୍ରଶ୍ନପତ୍ର ପ୍ରଦାନ କରାଯିବ।
school-studentsଏଭଳି ବ୍ୟବସ୍ଥା ଦ୍ବାରା ପିଲାମାନଙ୍କ ପରୀକ୍ଷାରେ ରେଜଲ୍ଟ ଭଲ ହୋଇପାରିବ। ବୋର୍ଡ କର୍ତ୍ତୃପକ୍ଷଙ୍କ ମତ ହେଉଛି ଶିକ୍ଷା ବ୍ୟବସ୍ଥାରେ ଏହି ପରିବର୍ତ୍ତନ ନୂତନ ପିଢିକୁ ଅଧିକ ସମ୍ବେଦନଶୀଳ କରିବା ଉଦ୍ଦେଶ୍ୟରେ କରାଯାଇଛି।

cbse-mathଏଥି ସହ ସିବିଏସଇ ପକ୍ଷରୁ ପ୍ରାରମ୍ଭିକ ଶିକ୍ଷା ରୂପେ ଖେଳକୁଦ ସହିତ ଯୋଗକୁ ଏକ ବିଷୟ ରୂପେ ଯୋଡା ଯାଇଛି। ପାଠ୍ୟକ୍ରମରେ ପିଲାମାନଙ୍କର ସମ୍ପୂର୍ଣ୍ଣ ବିକାଶ ପାଇଁ ବୋର୍ଡ ପକ୍ଷରୁ ଏହି ନୂଆ ନିୟମ ଲାଗୁ କରାଯାଇଛି। ବର୍ତ୍ତମାନ ପିଲାମାନଙ୍କୁ ଶିକ୍ଷା ରୂପେ ଯୋଗ ବିଷୟ ପଢାଯିବ। ସିବିଏସଇ ଇଣ୍ଟରନାଲ ଆସେସମେଣ୍ଟର ଅଙ୍କ କମ କରି ୧୫ କରି ଦେଇଛି ଏବଂ ମୁଖ୍ୟ ପରୀକ୍ଷାରେ ଏହାର ମୂଲ୍ୟ ୫ ଅଙ୍କ କରିଦିଆଯାଇଛି। ଏହା ପୂର୍ବରୁ ୧୫ ଅଙ୍କ ଥିଲା।