ଦବଙ୍ଗ-3 ଫିଲ୍ମ ସେଟ୍ ରେ ଶିବଲିଙ୍ଗକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ, ଜାଣନ୍ତୁ ଘଟଣାକୁ ନେଇ କ’ଣ କହିଲେ ସଲମାନ୍

ଇନ୍ଦୋର : ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ସେହି ସମୟରେ ବିବାଦ ଭିତରେ ଛନ୍ଦି ହୋଇଯାଇଛନ୍ତି । ଫିଲ୍ମ ଦବଙ୍ଗ-୩ ସୁଟିଙ୍ଗ ସମୟରେ କିଛି ବାଉଁଶକୁ ନେଇ ଏକ ଶିବଲିଙ୍ଗ ଉପରେ ରଖାଯାଇଥିବା ଫଟୋ ସୋସିଆଲ ମିଡିଆରେ ଗୁରୁବାର ଦିନ ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି ।
ତେବେ ଚର୍ଚ୍ଚାକୁ ଅଖିଆଗରେ ରଖି ମଧ୍ଯପ୍ରଦେଶର ଧାର୍ମିକ ସହର ମହେଶ୍ବରରେ ଫିଲ୍ମର ସୁଟିଙ୍ଗ୍ କରୁଥିବା ସଲମାନ ଖାନ୍ ଏହାପଛରେ ଏକ ସ୍ପଷ୍ଟିକରଣ ଜାରି କରିଛନ୍ତି । ସେ କହିଛନ୍ତି କି ମୂର୍ତ୍ତିର ସୁରକ୍ଷା ଏବଂ ଏହାର ପବିତ୍ରତା ବଜାୟ ରଖିବା ପାଇଁ ଶିବଲିଙ୍ଗ ଉପରେ ବାଉଁଶ ରଖା ଯାଇଥିଲା। ଏବଂ କିଛି ସମୟ ପରେ ଏହାକୁ ହଟାଇଦିଆଯାଇଥିଲା । ଫିଲ୍ମ ସେଟ୍ ମହେଶ୍ବରର ନର୍ମଦା ନଦୀ ତଟରେ ତିଆରି କରାଯାଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋକୁ ନେଇ କଂଗ୍ରେସ ଏବଂ ମୁଖ୍ଯ ବିରୋଧୀ ବିଜେପି ଭିତରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି ।
ଭୋପାଳର ହୁଜୁରର ବିଜେପି ବିଧାୟକ ରାମେଶ୍ବର ଶର୍ମା ଏକ ବୟାନରେ କହିଛନ୍ତି, ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ କଷ୍ଟ ପହଁଚାଇ ଥିବା ଘଟଣା ଗତ ବର୍ଷ ଡିସେମ୍ବରରେ କମଲନାଥଙ୍କ ନେତ୍ରୁତ୍ବରେ ଥିବା କଂଗ୍ରେସ ସରକାରର ଗଠନ ପରେ ହୋଇଥିଲା । ସେ ଘଟଣା ପଛରେ ଥିବା ଲୋକମାନଙ୍କ ବିପକ୍ଷରେ କାର୍ଯ୍ଯନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ରାଜ୍ଯ କଂଗ୍ରେସ ମିଡିଆ ବିଭାଗର ପ୍ରଖୁଖ ଶୋଭା ଔଝା କହିଛନ୍ତି କି ବିଜେପି ନେତାମାନଙ୍କ ସଂକୀର୍ଣ୍ଣ ମାନସିକତା ଅଟେ । ଏହା ସହ ସେ କହିଛନ୍ତି,ଆମକୁ ଶର୍ମାଙ୍କ ବୟାନ ଉପରେ ପ୍ରତିକ୍ରୀୟା ଦେବାର ଆବଶ୍ଯକତା ନାହିଁ,ହେଲେ ବିଜେପି ନେତାମାନଙ୍କ ସଂକୀର୍ଣ୍ଣ ମାନସିକତା କାରଣରୁ ରାଜ୍ଯ ପାର୍ଟିର ୧୫ବର୍ଷର ଶାସନରେ ବିକାଶ ଦେଖିପାରିନାହିଁ।
କଂଗ୍ରେସ ନେତା ଏବଂ ମଧ୍ଯପ୍ରଦେଶର ଖେଳ ଏବଂ ଯୁବ କଲ୍ଯାଣ ମନ୍ତ୍ରୀ ଜିତୁ ପଟୱାରୀ ବଲିଉଡ୍ ର ଲୋକପ୍ରିୟ ସୁରପଷ୍ଟାରଙ୍କ ସପକ୍ଷରେ ଯୁକ୍ତି ରଖିଛନ୍ତି । ସେ କହିଛନ୍ତି ସଲମାନ୍ ଏମିତି ଏକ ଅଭିନେତା ଯିଏ ସର୍ବଦା ଧାର୍ମିକ ଭାବନାକୁ ପ୍ରଚାର କରିଥାନ୍ତି । କିନ୍ତୁ ବିଜେପିର ଚିନ୍ତାଧାରା ଘ୍ରୁଣାରେ ଭରି ଉଠିବା ଏବଂ ଏହା ପାର୍ଟି ଲୋକମାନଙ୍କ ମଧ୍ଯରେ ତିକ୍ତତା ଜାଗ୍ରତ କରିବା ସହିତ ରାଜନୈତିକ ଲାଭ ଉଠାଇବାକୁ ଚାହୁଁଛି । ଏହା ସହ କହିଛନ୍ତି କି ବିଜେପିର ଏହି ମାନସିକତାକୁ ଭାଙ୍ଗିଦେବା ଉଚିତ୍ ଏବଂ ରାଜ୍ଯର ବିକାଶରେ ପତିବନ୍ଧକକୁ ବନ୍ଦ କରିବା ଉଚିତ୍।