କେନ୍ଦୁଝର ପାଟଣା ବିଲା ଗ୍ରାମ ନିକଟରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ଦୁର୍ବୁତ୍ତ

ଘଟଗାଁ(କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ବିଲା ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଧାରୁଆ ଅସ୍ତ୍ରରେ ଆକ୍ରମଣ  କରି ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ମୃତ ଯୁବକ ହେଲେ ଜୁମେଇ ଗ୍ରାମର ବିଭିଶଣ ନାଏକ  ଗତକାଲି ରାତିରେ କାମ କରୁଥିବା ହୋଟେଲରୁ କାମ ସାରି ଘରକୁ ଫେରିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସର ପହଁଚି ତଦନ୍ତ ଆରମ୍ଭ କରିଛି। ତେବେ ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷ୍ୟରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.