ଆସନ୍ତା ୯ ତାରିଖରେ ପୁଣି ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ଭୁବନେଶ୍ବର(କେନ୍ୟୁଜ୍) : ଆସନ୍ତା ୯ ତାରିଖରେ ପୁଣି ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଆୟୋଜିତ ସମାବେଶରେ ଯୋଗଦେବେ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ରାହୁଲ । ଏନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଓଡ଼ିଶା ଗସ୍ତ କରି ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଥିଲେ ରାହୁଲ । ପୂର୍ବରୁ ଫେବ୍ରୁଆରୀ ମାସରେ ରାଉରକେଲା ଓ ଭବାନୀପାଟଣା ଗସ୍ତରେ ଆସିଥିଲେ ରାହୁଲ ଗାନ୍ଧି। ପରେ ମାର୍ଚ୍ଚ ମାସରେ ବରଗଡ଼ରେ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ।

Leave A Reply

Your email address will not be published.