ସୁଦୂର ବାହାରିନ୍‌ ରେ ପ୍ରବାସୀ ଓଡିଆ ଓ ଇସ୍କନ କାନୁ ଗାର୍ଡେନ୍‌ ପକ୍ଷରୁ ଘୋଷଯାତ୍ରା ପାଳିତ

କେନ୍ୟୁଜ୍: ସେ ଜଗତର ନାଥ । ସେଥି ଲାଗିତ ତାଙ୍କର ରଥଯାତ୍ରା କେବଳ ପୁରୀ କିମ୍ବା ଓଡ଼ିଶା ନୁହେଁ ରାଜ୍ୟ ବାହାରେ ଓ ବିଦେଶରେ ମଧ୍ୟ ପାଳିତ ହେଉଛି । ସୁଦୂର ବାହାରିନ୍‌ ସ୍ଥିତ ପ୍ରବାସୀ ଓଡିଆ ଓ ଇସ୍କନ କାନୁ ଗାର୍ଡେନ୍‌ର ମିଳିତ ଆନୁକୂଲ୍ୟରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଳିତ ହୋଇଛି । ବାନ୍‌ ସେଙ୍ଗଥାଇ ଅଡିଟୋରିୟମ୍‌ରେ ପାରମ୍ପରିକ ରୀତିନୀତି ଅନୁସାରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଏକ ନୂତନ ନିର୍ମିତ ଓ ସୁସଜ୍ଜିତ ରଥରେ ତିନି ଠାକୁରଙ୍କ ଦିବ୍ୟ ପ୍ରତିମା ଦେଖିବାକୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭକ୍ତଙ୍କୁ ପହଣ୍ଡି ତଥା ରଥ ଟାଣିବାର ସୁଯୋଗ ଦିଆଯାଇଥିଲା।

ଏଥିରେ ବାହାରିନ୍‌ ଓ ଅନ୍ୟ ଦେଶର ପ୍ରାୟ ୭୫୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନେପାଳ ରାଷ୍ଟ୍ରଦୂତ ପଦମ୍‌ସୁନ୍‌ ଦାସ ଏଥିରେ ଯୋଗ ଦେଇଥିଲେ । ଏଥିସହ ମୁମ୍ବାଇ ଇସ୍କନ୍‌ର ପ୍ରମୁଖ ଶ୍ରୀ ଶ୍ରୀ ଅତୂଲ୍ୟ କୃଷ୍ଣ ଦାସ ଏହି ଉତ୍ସବରେ ଯୋଗ ଦେଇ ଜଗନ୍ନାଥ ସଂସ୍କୃତିର ମହନୀୟତା ବିଷୟରେ ପ୍ରବଚନ ଦେଇଥିଲେ। ବାହାରିନ୍‌ରେ ରହୁଥିବା ଅନେକ ଅଣଓଡିଆ ସଂପ୍ରଦାୟ ଲୋକଙ୍କ ସମାଗମ ହୋଇଥିଲା। ଏହି ଅବସରରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ସମସ୍ତ କାମ ସଂପନ୍ନ ହୋଇଥିବାରୁ ସମାଜର ପରିଚାଳନା କମିଟି ସର୍ବସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଭକ୍ତମାନଙ୍କ ପାଇଁ ମହାପ୍ରସାଦ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା।

KNews Bureau

Recent Posts

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

2 mins ago

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ନାବାଳକ ଅଭିଯୁକ୍ତର ମା’ ଗିରଫ, ରକ୍ତ ନମୁନା ବଦଳାଇଥିବା ଅଭିଯୋଗ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…

10 mins ago

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

34 mins ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

42 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

1 hour ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

1 hour ago