ସୁଦୂର ବାହାରିନ୍‌ ରେ ପ୍ରବାସୀ ଓଡିଆ ଓ ଇସ୍କନ କାନୁ ଗାର୍ଡେନ୍‌ ପକ୍ଷରୁ ଘୋଷଯାତ୍ରା ପାଳିତ

କେନ୍ୟୁଜ୍: ସେ ଜଗତର ନାଥ । ସେଥି ଲାଗିତ ତାଙ୍କର ରଥଯାତ୍ରା କେବଳ ପୁରୀ କିମ୍ବା ଓଡ଼ିଶା ନୁହେଁ ରାଜ୍ୟ ବାହାରେ ଓ ବିଦେଶରେ ମଧ୍ୟ ପାଳିତ ହେଉଛି । ସୁଦୂର ବାହାରିନ୍‌ ସ୍ଥିତ ପ୍ରବାସୀ ଓଡିଆ ଓ ଇସ୍କନ କାନୁ ଗାର୍ଡେନ୍‌ର ମିଳିତ ଆନୁକୂଲ୍ୟରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଳିତ ହୋଇଛି । ବାନ୍‌ ସେଙ୍ଗଥାଇ ଅଡିଟୋରିୟମ୍‌ରେ ପାରମ୍ପରିକ ରୀତିନୀତି ଅନୁସାରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଏକ ନୂତନ ନିର୍ମିତ ଓ ସୁସଜ୍ଜିତ ରଥରେ ତିନି ଠାକୁରଙ୍କ ଦିବ୍ୟ ପ୍ରତିମା ଦେଖିବାକୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭକ୍ତଙ୍କୁ ପହଣ୍ଡି ତଥା ରଥ ଟାଣିବାର ସୁଯୋଗ ଦିଆଯାଇଥିଲା।

prabachanଏଥିରେ ବାହାରିନ୍‌ ଓ ଅନ୍ୟ ଦେଶର ପ୍ରାୟ ୭୫୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନେପାଳ ରାଷ୍ଟ୍ରଦୂତ ପଦମ୍‌ସୁନ୍‌ ଦାସ ଏଥିରେ ଯୋଗ ଦେଇଥିଲେ । ଏଥିସହ ମୁମ୍ବାଇ ଇସ୍କନ୍‌ର ପ୍ରମୁଖ ଶ୍ରୀ ଶ୍ରୀ ଅତୂଲ୍ୟ କୃଷ୍ଣ ଦାସ ଏହି ଉତ୍ସବରେ ଯୋଗ ଦେଇ ଜଗନ୍ନାଥ ସଂସ୍କୃତିର ମହନୀୟତା ବିଷୟରେ ପ୍ରବଚନ ଦେଇଥିଲେ। ବାହାରିନ୍‌ରେ ରହୁଥିବା ଅନେକ ଅଣଓଡିଆ ସଂପ୍ରଦାୟ ଲୋକଙ୍କ ସମାଗମ ହୋଇଥିଲା। ଏହି ଅବସରରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ସମସ୍ତ କାମ ସଂପନ୍ନ ହୋଇଥିବାରୁ ସମାଜର ପରିଚାଳନା କମିଟି ସର୍ବସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଭକ୍ତମାନଙ୍କ ପାଇଁ ମହାପ୍ରସାଦ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.