Below header

କେନ୍ଦୁଝରର ଚିନୁ ସାମଲଙ୍କ ଟ୍ରି ହାଉସ୍‌, ପିଲା ବେଳର ଇଚ୍ଛା ଏବେ ପୂରଣ ହେଲା

ସାଧାରଣତଃ ଟ୍ରି ହାଉସ ବା ଗଛରେ ତିଆରି ହୋଇଥିବା ଘର ବିଦେଶରେ ଦେଖିବାକୁ ମିଳିଥାଏ। କିନ୍ତୁ ଏଭଳି ଏକ ଘଟଣା ଆମ ଦେଶ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି।

ସଉକରେ ତିଆରି ହୋଇଥିବା ଏହି ଟ୍ରି ହାଉସରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। କେନ୍ଦୁଝର ସହରର ବ୍ୟବସାୟୀ ଚିନୁ ସାମଲଙ୍କର ଛୋଟ ବେଳୁ ଗଛରେ ଘରଟିଏ କରିବାର ଇଛା ରଖିଥିଲେ। କିନ୍ତୁ ସମୟକ୍ରମେ ତାଙ୍କର ଏହି ଇଛାଟି ପୂରଣ ହୋଇପାରୁ ନଥିବା ବେଳେ ସହର ଉପକଣ୍ଠ ନରଣପୁର ଜମିରେ ଥିବା ଏକ ବିଶାଳକାୟ ଶାଳ ଗଛ ହିଁ ତାଙ୍କ ଇଛାକୁ ଉଜ୍ଜୀବିତ କରିଥିଲା। ଏହି ଗଛଟିର ଶାଖା ପ୍ରଶାଖାରେ ଘର କରିବା ଉପଯୁକ୍ତ ହେବ ବୋଲି ଜାଣିବା ପରେ ଚିନୁ ଏହାର ନିର୍ମାଣରେ ଲାଗି ପଡ଼ିଥିଲେ। ଏହି ବିଶାଳକାୟ ଶାଳ ଗଛରେ ଥିବା ୬ଟି ଶାଖାରେ ସେ ସ୍କୃ ସାହାଯ୍ୟରେ ଗଛ ଉପରେ କାଠ ବିମରେ ଚଟାଣ ତିଆରି କରିଥିଲେ। ଏହା ଉପରେ ଅତି ସୁନ୍ଦର ଭାବେ ଘରଟିଏ ତିଆରି କରିଥିଲେ।

tree house-ଏହି ଘରେ ଦୁଇଟି ବେଡ୍ ରୁମ ରହିଥିବା ବେଳେ ତିନୋଟି ବାଲକୋନି, ଗୋଟିଏ ରୋଷେଇ ଘର ଏବଂ ଶୌଚାଳୟ ମଧ୍ୟ ରହିଛି। ବାଲକୋନିରେ ଥିବା ଛୋଟ ଛୋଟ ଫୁଲ କୁଣ୍ଡ ବେଶ୍ ଆକର୍ଷଣୀୟ ହୋଇଛି। ଏହି ଘରେ ଏସି ଏବଂ ସୋଫା ସେଟ୍ ରହିବାର ସୁବିଧା ମଧ୍ୟ ରହିଛି। କେନ୍ଦୁଝର ବାସୀଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ନୂଆ ହୋଇଥିବାରୁ ଯିଏ ବି ଏହି ବାଟ ଦେଇ ଯିବା ସମୟରେ ଘର ଉପରେ ତାଙ୍କ ଆଖି ଲାଖି ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.