ଦେଶ ବିଦେଶ

ବିଚ୍ ରାସ୍ତାରେ ୩ ଜଣ ମହିଳାଙ୍କୁ ବିଧା, ଗୋଇଠା ମାରି ଚାଲିଲେ ଜଣେ ଯୁବତୀ , ଅଭଦ୍ରାମୀର ସୀମା ପାର କଲେ

ବାପରେ ଏ ମହିଳାଙ୍କ ସାହସକୁ ତ ଦେଖନ୍ତୁ । କେମିତି ଅନ୍ୟ ୩ ଜଣ ମହିଳାଙ୍କୁ ମାରୁଛନ୍ତି ବିଧା, ଗୋଇଠା, ଚାପୁଡା । କଥା ଶୁଣିବାକୁ ହିଁ ନାରାଜ୍‌ ବାସ୍‌ ଦେଖାଇଚାଲିଛନ୍ତି ନିଜର ଗୁଣ୍ଡାରାଜ୍‌ ଦବଙ୍ଗଗିରି । ନମ୍ରତା ହେଉଛି ଏକ ନାରୀର ପରିଚୟ । ଜଣେ ନାରୀ ଆଉ ଜଣେ ନାରୀକୁ ସମ୍ମାନ ଓ ସହଯୋଗ କରିବା ହେଉଛି ନାରୀ ସମାଜର ଏକ ବଡ଼ ଦାଇତ୍ୱ । ଯେତେବେଳେ ଜଣେ ନାରୀକୁ ପୁରୁଷ ସମାଜ ଖରାପ ଦୃଷ୍ଟିରେ ଦେଖିଥାଏ ସେତେବେଳେ ଜଣେ ନାରୀ ହିଁ ଆଉ ଜଣେ ନାରୀର ଅଧିକ ସହାୟତା ନେଇଥାଏ । ଏମିତିରେ ଅନେକ କିଛି କଥା ଥାଏ ଯାହା କେବଳ ଗୋଟିଏ ନାରୀ ଅନ୍ୟ ଏକ ନାରୀକୁ ହିଁ କହିପାରେ । ହେଲେ ଯଦି ଗୋଟେ ନାରୀ ଅନ୍ୟ ନାରୀକୁ ସମ୍ମାନ ଦେବା ବଦଳରେ ତାକୁ ଆକ୍ରମଣ କରେ ସେତେବେଳେ ନାରୀଟିଏ ସମ୍ପୁର୍ଣ୍ଣ ନିରାଶ୍ରୟୀ ପାଲଟିଯାଏ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖା ଦେଇଛି ଯାହାକୁ ନେଇ ସମ୍ପୂର୍ଣ୍ଣ ନାରୀ ସମାଜର ମୁଣ୍ଡ ତଳକୁ ନଇଁ ଯିବ ।

ଭାଇରାଲ ହେଉଛି ଏହି ଚିତ୍ର । ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ଯୁବତୀଙ୍କ ଦବଙ୍ଗଗିରି । ଜଣେ ମହିଳା ହୋଇ କେମିତି ଆଉ ୩ ଜଣ ମହିଳାଙ୍କ ସହ କରୁଛନ୍ତି ଖରାପ ବ୍ୟବହାର ଆପଣ ଦେଖିପାରୁଥିବେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ମହିଳା ଅନ୍ୟ ତିନିଜଣ ମହିଳାଙ୍କ ସହ ବାଦବିବାଦରେ ଲିପ୍ତ ଥିବା ଦେଖାଯାଇଛି । ଆଉ ସେହି ମହିଳା ଜଣଙ୍କ ଉକ୍ତ ତିନିଜଣ ମହିଳାଙ୍କୁ ବିଚ୍ ରାସ୍ତା ଉପରେ ନିର୍ମମ ଭାବେ ମାଡ଼ ମାରିବାରେ ଲାଗିଛନ୍ତି । ବିଧା, ଗୋଇଠା ସାଙ୍ଗକୁ ତାଙ୍କୁ ମୁଥା ପରେ ମୁଥା ମାରି ଚାଲିଛନ୍ତି । କେହି ତାଙ୍କୁ ଆସି ଅଟକାଇବାକୁ ଚେଷ୍ଟା କରୁଥିଲେ ବି ସେ ନ ଅଟକି ଆହୁରି ସେହି ମହିଳା ମାନଙ୍କୁ ମାଡ଼ ମାରିବାରେ ଲାଗିଛନ୍ତି । ତାଙ୍କୁ ଟଣା ଓଟରା କରିବା ସହ ତାଙ୍କ ଡ୍ରେସକୁ ଝିଙ୍କି ପକାଉଥା’ନ୍ତି । ଏହି ସମୟରେ ଜଣେ ମହିଳା ଆକ୍ରମଣରୁ ବର୍ତ୍ତିବା ପାଇଁ ତାଙ୍କୁ ପାଲଟା ଆକ୍ରମଣ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି ।

ତେବେ ଯାହା ସୂଚନା ରହିଛି ଏହି ଭିଡିଓଟି ଚଣ୍ଡିଗଡ଼ ସେକ୍ଟର -୩୪ ଅଞ୍ଚଳରୁ ସାମ୍ନାକୁ ଆସିଛି । ମାଡ଼ ମାରୁଥିବା ମହିଳା ଜଣକ ହେଉଛନ୍ତି ଜଣେ କ୍ୟାବ ଡ୍ରାଇଭର । ଯେତେବେଳେ ଏହି ମହିଳା ଜଣକ ଗାଡି ଚଳାଉଥିଲେ ଏବଂ ରାସ୍ତାର ଭୁଲ ପାର୍ଶ୍ୱରେ ଥିଲେ । ସେତିକିବେଳେ ଏହି ବିବାଦ ଆରମ୍ଭ ହୋଇଥିଲା । ସେ ସେହି ଗାଡ଼ିରେ ଥିବା ଅନ୍ୟ ଏକ କାରକୁ ଧକ୍କା ଦେବା ପଥରେ ଥିଲେ । ଅନ୍ୟ କାରର ବସିଥିବା ଲୋକମାନେ ବାହାରକୁ ଯାଇ ବିରୋଧ କରିବା ସହ ତାଙ୍କୁ ରାସ୍ତାର ଭୁଲ ପାର୍ଶ୍ୱରେ ଗାଡି ଚଳାଇବାକୁ ବାରଣ କରିଥିଲେ । ବାସ୍‌ ଏହି କଥାରୁ ଆରମ୍ଭ ହୋଇଗଲା ଗଣ୍ଡଗୋଳ ।

ନିଜ ଭୁଲ ମାନିବା ବଦଳରେ ଓଲଟା ଆରମ୍ଭ କଲେ ପାଟିତୁଣ୍ଡ, ମାଡପିଟ୍‌ ଓ ଗଣ୍ଡଗୋଳ । ଦୀର୍ଘ ସମୟ ଏହି ଗଣ୍ଡଗୋଳ ଜାରି ରହିଥିବାରୁ ସେକ୍ଟର -୩୪ ରେ ଟ୍ରାଫିକ ଜାମ୍ ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକମାନେ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଘଟଣାସ୍ଥଳରେ ପୋଲିସ କର୍ମଚାରୀ ପହଞ୍ଚି ଥିଲେ । ଦାୟିତ୍ୱରେ ଥିବା ଷ୍ଟେସନ ଅଫିସରଙ୍କ କହିବା ଅନୁଯାୟୀ, ଉଭୟ ପକ୍ଷ ସନ୍ଧ୍ୟା ସୁଦ୍ଧା ବୁଝାବଣା କରି ଏକ ଚୁକ୍ତି କରିନେଇଥିଲେ । ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଦେଖିବାକୁ ମିଳୁଛି ଯେ ଦବଙ୍ଗଗିରି ଦେଖାଉଥିବା ଯୁବତୀ ଜଣଙ୍କ ଉକ୍ତ ୩ ଜଣ ମହିଳାଙ୍କୁ ହାତ ଯୋଡି ଭୁଲ ମାଗୁଛନ୍ତି ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

4 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

8 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

8 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

9 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

9 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

9 hours ago