ରାଜ୍ୟ

ୟୁଟ୍ୟୁବ୍‌ ଶିଖାଇଛି ରାକ୍ଷୀ ତିଆରି, ଆପଣ କେବେ ଦେଖିଛନ୍ତି କେମିତି ତିଆରି ହୁଏ ରାକ୍ଷୀ ତେବେ ଦେଖନ୍ତୁ ଏ ଭିଡିଓ

ଖୋର୍ଦ୍ଧା (କେନ୍ୟୁଜ) : ଆପଣ ଦେଖିଛନ୍ତ ରାକ୍ଷୀ କେମିତି ତିଆରି ହୁଏ । ଭାଇକୁ ଅତି ଶ୍ରଦ୍ଧାରେ ପିନ୍ଧାଉଥିବା ଏହି ରାକ୍ଷୀ ବନାଇବାରେ କଣ କଣ ସବୁ ଲାଗିଥାଏ କେତେ ଦେଖିବାକୁ ଭାବିଛନ୍ତି କି? ଅତି ନିଖୁଣ ଭାବରେ ତିଆରି ହେଉଥିବା ଏହି ରାଖିଗୁଡିକୁ ମହିଳାମାନେ ନିଜ ଘର କାମ କରିବା ସହିତ 3ରୁ 5 ଘଣ୍ଟା କାଢି ଏହି ରାକ୍ଷୀ ବନାଉଛନ୍ତି । ଦିନ ଥିଲା ମହିଳାମାନେ ଘରେ ରହିବା ସହିତ ଘର କାର୍ଯ୍ୟ କରୁଥିଲେ ବାହାରକୁ ଜୀବକୁ ବାରଣ ଥିଲା କିନ୍ତୁ ଏବେ ଦେଖନ୍ତୁ ନିଜ ଗୋଡ଼ରେ ନିଜେ ଛିଡା ହେଉଛନ୍ତି ମହିଳାମାନେ।

ଆଜିକା ଦିନ ରେକେବଳ ପୁରୁଷମାନେ ରୋଜଗାର କରୁନାହାନ୍ତି । ଘରେ ରହି ମହିଳାମାନେ ବିବେଶ କିଛି ରୋଜଗାର କରୁଛନ୍ତି ସରକାର ମହିଳାମାନଙ୍କୁ ଯେଉଁଭଳି ସ୍ୱାବଲମ୍ବୀ କରିବାର ପ୍ରୟାସ ଏବେ ଗାଁ ଗାଁରେ ମହିଳାମାନେ ଘରେ ରହି ବେଶ ରୋଜଗାର କରୁଛନ୍ତି । ଏଭଳି ଏକ ମହିଳା ଗ୍ରୁପ ଖୋର୍ଦ୍ଧା ମୁଣ୍ଡା ଆମ୍ବ ଗ୍ରାମରେ ରହିଛି । ନିଜ ହାତରେ ରାଖି ତିଆରି କରି ନିଜ ଜିଲ୍ଲା ସହିତ ଆଖ ପାଖ ଜିଲ୍ଲାକୁ ସପ୍ଲାୟ କରୁଛନ୍ତି ଏହି ମହିଳାମାନେ । ଏ ହେଉଛନ୍ତି ଖୋର୍ଦ୍ଧା ମୁଣ୍ଡା ଆମ୍ବ ଗ୍ରାମର ମହିଳାମାନେ ।

ସରକାରଙ୍କ ମା ମାନଙ୍କ ପ୍ରତି ଥିବା ଭଲପାଇବା ଏବଂ ମା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର କରିଥିବା ସମସ୍ତ ଯୋଜନା ଏବେ ମହିଳାମାନେ ତାହାର ବେଶ ଲାଭ ଉଠାଉଛନ୍ତି । ଗାଁ ଗାଁରେ ସାହି ସାହିରେ ଗଢି ଉଠିଛି ଏହିଭଳି ମହିଳାମାନଙ୍କ ଗ୍ରୁପ । ସେହିଭଳି ଖୋର୍ଦ୍ଧା ଜଙ୍କିଆ ପଞ୍ଚାୟତର ମୁଣ୍ଡା ଆମ୍ବ ଗ୍ରାମର ମା ବୃନ୍ଦାବତୀ ଏସେଜି ଗ୍ରୁପ ବି ପଛରେ ପଡ଼ିନାହିଁ । ନିଜ ବଳରେ ନିଜେ ଚେଷ୍ଟା ଆରମ୍ଭ କରିଛନ୍ତି ରାଖି ତିଆରି ନିଜେ ନି ଜେ ତିଆରି କରିବା ସହିତ ନିଜେ ଷ୍ଟେଲ ମଧ୍ୟ ପକାନ୍ତି ।

ନିଜ ଘର କାର୍ଯ୍ୟ ସାରି ଦିନ 1 ରୁ ଆରମ୍ଭକରନ୍ତି ରାଖି ତିଆରି କାର୍ଯ୍ୟ । ଏହି ଗ୍ରୁପର ମୁଖ୍ୟ ଅନିମା ସାମନ୍ତରାୟ ନିଯେ ୟୁଟୁବୁରୁ ଶିଖିଥିବା ବିଦ୍ୟାକୁ ସ୍ଥାନୀୟ ମହିଳାମାନକୁ ଶିଖାଇ ଏବେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଭଳିକି ଭଳି ରାଖି ଷ୍ଟୋନ ରାଖି, ବଳଦରାଖି ,ଧାନରାଖି, ଜଗନ୍ନାଥରାଖି, ପରି ବିଭିନ୍ନ ଭେରାଇଟିର ରାଖି ନିଜ ହାତରେ ତିଆରି କରୁଛନ୍ତିଏହି ମହିଳାମାନେ । ଚଳିତବର୍ଷ 25 ହଜାର ଟଙ୍କାର ତିଆରି ସାମଗ୍ରୀ ଆଣିଥିବାବେଳେ 50 ହଜାରରୁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଖି ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି । ବଜାରରେ ଚାହିଦା ଥିବା ଜଗନ୍ନାଥଙ୍କ ରାଖିକୁ ବନେଇବାକୁ ବହୁତ ଜାଗାରୁ ବଇନା ମଧ୍ୟ ଆସିଛି ତେବେ ବଜାରଠାରୁ ଲୋକେ ଏଠାରୁ ବହୁତ କମ ଦରରେ ରାଖି ପାଉଥିବାରୁ ସମସ୍ତଙ୍କ ନଜର ଏମାନଙ୍କର ବେଶ ଚାହିଦା ମଧ୍ୟ ରହିଛି । ସରକାରଙ୍କ ମହିଳାମାନଙ୍କୁସ୍ୱା ବଲମ୍ବୀ କରିବାରେ ପ୍ରୟାସ ଏବେ ପ୍ରତିଗ୍ରାମରେ ଦେଖିବାକୁ ମିଳୁଛି ସେହିଭଳି ମୁଣ୍ଡା ଆମ୍ବଗ୍ରାମର ଏହି ମହିଳାମାନେ ବି ପଛରେ ପଡିନାହାନ୍ତି ଘର କାର୍ଯ୍ୟ କରିବା ସହିତ ରୋଜଗାର ମଧ୍ୟ କରୁଛନ୍ତି ।

 

Pritiparna

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

14 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

15 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

19 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

41 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

49 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

56 mins ago