ଦେଶ ବିଦେଶ

ଚନ୍ଦ୍ରପୃଷ୍ଠରେ ପ୍ରଥମ ବାଧକ ଥିବା ଏକ କ୍ରେଟରକୁ ଅତିକ୍ରମ କରିଛି ଚନ୍ଦ୍ରଯାନ-୩, ଇସ୍ରୋ ନିୟନ୍ତ୍ରଣ କକ୍ଷର ବୈଜ୍ଞାନିକମାନଙ୍କୁ ଆଶ୍ୱସ୍ତ ମିଳିଛି

କେନ୍ୟୁଜ୍(ବ୍ୟୁରୋ):  ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଏକ ଶହ ମିଲିମିଟରର ଏକ କ୍ରେଟର ଅତିକ୍ରମ କରିଛି। ଚନ୍ଦ୍ରପୃଷ୍ଠରେ ଏହା ପ୍ରଜ୍ଞାନ ପାଇଁ ପ୍ରଥମ ବାଧକ ଥିଲା । ପ୍ରଜ୍ଞାନର ଏହି ସଫଳତା ଇସ୍ରୋ ନିୟନ୍ତ୍ରଣ କକ୍ଷର ବୈଜ୍ଞାନିକମାନଙ୍କୁ ଆଶ୍ୱସ୍ତ କରିଛି। ବୈଜ୍ଞାନିକମାନେ ଏପରି ବାଧା ବା ଆହ୍ୱାନ ଅତିକ୍ରମ କରିବାରେ ପ୍ରଜ୍ଞାନକୁ ମାର୍ଗଦର୍ଶନ କରିବା ସହ ନୀରିକ୍ଷଣ ଜାରି ରଖିବେ। ଲ୍ୟାଣ୍ଡର ବିକ୍ରମର ସଠିକ ଲ୍ୟାଣ୍ଡିଂ ଓ ରୋଭର ମୁତୟନ ପରେ ଚନ୍ଦ୍ରଯାନ-୩ ପ୍ରକଳ୍ପର ନିର୍ଦ୍ଦେଶକ ପି. ବୀରମୁଥୁଭେଲ କହିଛନ୍ତି ଏପର୍ଯ୍ୟନ୍ତ ହୋଇଥିବା ପ୍ରୟୋଗଗୁଡିକରୁ ଭଲ ପରିଣାମ ମିଳିବାର ସମ୍ଭାବନା ରହିଛି। ନ୍ୟାଭିଗେସନ, ମାର୍ଗଦର୍ଶନ, ନିୟନ୍ତ୍ରଣ, ପ୍ରପଲସନ୍, ସେନ୍ସର ଓ ସମସ୍ତ ମେନ ଫ୍ରେମ ବ୍ୟବସ୍ଥା ଇସ୍ରୋର ଶହ ଶହ ଗବେଷକଙ୍କ ଉଦ୍ୟମ ବିନା ସମ୍ଭବ ହୋଇନଥାନ୍ତା।

ରୋଭରର ସଂଚାଳନ ସମ୍ପୂର୍ଣ୍ଣ ସ୍ୱୟଂକ୍ରିୟ ନୁହେଁ। ପ୍ରଜ୍ଞାନର ରାସ୍ତାରେ ବହୁ ଚ୍ୟାଲେଞ୍ଜ ରହିଛି। ଯାହାର ମୁକାବିଲା ପାଇଁ ଗ୍ରାଉଣ୍ଡ ଟିମର ଆବଶ୍ୟକତା ରହିଛି ବୋଲି ବୀରମୁଥୁଭେଲ କହିଛନ୍ତି। ପ୍ରତ୍ୟେକ ରୋଭର ମୁଭମେଣ୍ଟ ଅପରେସନ ମଧ୍ୟରେ ୫ ଘଣ୍ଟା ସମୟ ରହିଥିବା ସୂଚନା ଦେଇ ସେ କହିଛନ୍ତି ରୋଭରକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବାକୁ ଅନେକ ପର୍ଯ୍ୟାୟ ରହିଛି। ପ୍ରତ୍ୟେକ ପଥ ଯୋଜନା ପାଇଁ ଡିଜିଟାଲ ଏଲିଭେସନ୍ ମଡେଲ ପ୍ରସ୍ତୁତ କରିବା ପାଇଁ ଅନବୋର୍ଡ ନ୍ୟାଭିଗେସନ କ୍ୟାମେରା ଡାଟାକୁ ଗ୍ରାଉଣ୍ଡ ଡାଉନଲୋଡ କରାଯାଇଥାଏ। ଏହାକୁ ଦେଖି ଗ୍ରାଉଣ୍ଡ ଓ ମେକାନିଜିମ ଟିମ ରୋଭର କେଉଁ ରାସ୍ତାରେ ଯିବ ସେ ନେଇ କମାଣ୍ଡ ଦେଇଥାଏ।…

Sasmita

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

11 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

15 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

32 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

35 mins ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

44 mins ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

49 mins ago