ସ୍ପେଶାଲ

ସ୍କୁଲ ଘର ନଥିବାରୁ ବାରଣ୍ଡାରେ ଚାଲିଛି ପାଠପଢ଼ା

ପୁଣି ଫେଲ୍‌ ମାରିଛି ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରା। ପଦାରେ ପଡିଛି ଶିକ୍ଷା ବିଭାଗର ଗୁମର। ସ୍କୁଲଘର ନଥିବାରୁ ବାରଣ୍ଡାରେ ଚାଲିଛି ପାଠ ପଢ଼ା। ବିଦ୍ୟାଳୟ ଭିତ୍ତିଭୂମିର ପରିବର୍ତ୍ତନ ସହିତ ଛାତ୍ର ଛାତ୍ରୀଙ୍କୁ ଏକ ଉତ୍ତମ ପରିବେଶରେ ଶିକ୍ଷା ଦେବା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ନୂଆ ନୂଆ ଯୋଜନା କରୁଛନ୍ତି। ଆଉ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । କେଉଁଠି ଡିଜିଟାଲ କ୍ଲାସ ରୁମ ତିଆରି କରାଯାଉଛି ତ ଆଉ କେଉଁଠି ନୂଆକରି ସ୍କୁଲ ଘର ନିର୍ମାଣ କରୁଛନ୍ତି।ହେଲେ ଆଜିବି ଏମିତି ସ୍କୁଲରହିଛି ଯେଉଁଠି ସ୍କୁଲ ଘର ନଥିବାରୁ ଗୋଟିଏ କ୍ଲାସ ରୁମରେ ପ୍ରଥମ ରୁ ଷଷ୍ଠ ଶ୍ରେଣୀ ଯାଏଁ ପିଲା ପାଠ ପଢ଼ୁଛନ୍ତି । ଆଉ ୭ମ ଶ୍ରେଣୀ ପିଲା ବାରଣ୍ଡାରେ ବସି ପାଠ ପଢୁଛନ୍ତି।ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ କଳମଡ଼ା ସରକାରୀ ପ୍ରକଳ୍ପ ଉ:ପ୍ରା ବିଦ୍ୟାଳୟରେ। ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ନଥିବାରୁ ପିଲାମାନେ ବିଭିନ୍ନ ସମସ୍ୟା ଭିତରେ ପାଠ ପଢୁଛନ୍ତି।

ଗୋଟିଏ ସ୍କୁଲଘର। ଆଉ ତାହାରି ଭିତରେ ଖୁନ୍ଦା ଖୁନ୍ଦି ହୋଇ ପ୍ରଥମ ରୁ ଷଷ୍ଠ ଶ୍ରେଣୀ ଯାଏଁ ପିଲା ପାଠ ପଢୁଛନ୍ତି। ଏପଟେ ବାରଣ୍ଡାରେ ବସି ୭ମ ଶ୍ରେଣୀର ପିଲା ପଢୁଛନ୍ତି। ଏମାନଙ୍କ ମଧ୍ୟରୁ କିଏ କେଉଁ ଶ୍ରେଣୀର ପିଲା ତାହା ଜାଣିବା ବି ମୁସ୍କିଲ। ଏହାରି ଭିତରେ ଶିକ୍ଷୟତ୍ରୀ ବସି ପାଠ ପଢାଉଛନ୍ତି। ଆଖ ପାଖ ଅଞ୍ଚଳର ୬୨ଜଣ ଛାତ୍ର ଛାତ୍ରୀ ଏଠାରେ ପାଠ ପଢ଼ିଥାନ୍ତି। ଏବେ ବର୍ଷା ଦିନରେ ପିଲା ମାନେ ଓଦା ହୋଇ ବାରଣ୍ଡାରେ ବସି ପଢ଼ୁଥିବା ଦେଖିବାକୁ ମିଳିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ଷଷ୍ଠ ଶ୍ରେଣୀ ଯାଏଁ ପିଲା ବସୁଛନ୍ତି କେମିତି? ଆଉ ଏକାଠି ବସୁଥିବା ବେଳେ ସବୁ ପାଠ କେମିତି ପଢ଼ା ଯାଉଥିବା ? ଦୃଶ୍ୟ ଦେଖିଲେ ଜଣ ପଡୁଛି ଗୋଟିଏ ସ୍କୁଲଘରେ ଏତେ ସଂଖ୍ୟକ ପିଲା ପାଠ ପଢିବା ଓ ଶିକ୍ଷକ ମାନେ ପାଠ ପଢାଇବା ପାଇଁ ନାନା ସମସ୍ୟା ଦେଖାଦେଉଛି ।

ଗୋଟିଏ ପଟେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶ୍ରେଣୀଗୃହର ଅଭାବ ଥିବାବେଳେ ଅନ୍ୟ ପଟେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ବିଦ୍ୟାଳୟରେ ରୋଷେଇ ଘର ବି ନାହିଁ। ବିପଦ ସଂକୁଳ ଆଜବେଷ୍ଟସ ଘରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଛି। ଏହି ପୁରୁଣା ଘର ସ୍କୁଲ ପରିସରରେ ଥିବାରୁ କେଉଁ ମୁହୁର୍ତ୍ତରେ ଏହା ଧସି କି’ ଅଘଟଣ ଘଟିବ ତାହା କହି ହେବନାହିଁ। ଅନ୍ୟ ପଟେ ଶିକ୍ଷାବିଭାଗ ବେଶ ହାଲକା ଭାବେ ନିଜ ମୁଣ୍ଡରୁ ଦାୟିତ୍ୱକୁ ଖସାଇ ଦେଇଥିବାର ଶୁଣିବାକୁ ମିଳିଛି । ତେଣୁ ସ୍କୁଲ ପରିସରରେ ଥିବା ପୁରୁଣା ବିପଜ୍ଜନକ ଘର ହଟାଇବା ସହିତ ନୂଆ ସ୍କୁଲଘର ଓ ରୋଷେଇ ଶାଳ ନିର୍ମାଣ ପାଇଁ ଦାବି ହୋଇଛି।

D Sonali

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

42 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

46 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

1 hour ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

1 hour ago