ଦେଶ ବିଦେଶ

ଆଜି ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ, ଅପରାହ୍‌ଣ ୨ଟା ୩୫ ମିନିଟରେ ଇସ୍ରୋର ଚନ୍ଦ୍ରଯାତ୍ରା ଆରମ୍ଭ

ନୂଆଦିଲ୍ଲୀ : ପାଖେଇଲା ଭାରତର ତୃତୀୟ ମୁନ ମିଶନର ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ଆଜି ଇସ୍ରୋର ଚନ୍ଦ୍ରଯାତ୍ରା। ଭାରତର ତୃତୀୟ ମୁନ ମିସନ ପାଇଁ ଚାଲିଛି କାଉଣ୍ଟଡାଉନ ଚନ୍ଦ୍ରଯାନ-୩ । ସମସ୍ତ ପରୀକ୍ଷାନିରୀକ୍ଷା ଏବଂ ପ୍ରସ୍ତୁତି ଶେଷ ହୋଇଛି। ଅପରାହ୍‌ଣ ୨ଟା ୩୫ ମିନିଟରେ ଅନ୍ତରୀକ୍ଷକୁ ଯାତ୍ରା କରିବ ସ୍ପେସକ୍ରାଫ୍ଟ ଚନ୍ଦ୍ରଯାନ – ୩ । ଶ୍ରୀହରିକୋଟା ସତିସ ଧାଓ୍ଵନ ସ୍ପେସ୍‌ ସେଣ୍ଟରର ୨ ନମ୍ବର ଲଞ୍ଚ୍‌ ପ୍ୟାଡ୍‌ରୁ ଉତକ୍ଷେପଣ ହେବ।

ଇସ୍ରୋର ବାହୁବଳୀ ରକେଟ୍‌ – ଲଞ୍ଚ ଭେହିକିଲ Mark- III, ଚନ୍ଦ୍ରଯାନ-୩କୁ ମହାକାଶକୁ ନେବ। ୧୭୦ x ୩୬ହଜାର ୫୦୦ ବର୍ଗକିଲୋମିଟର ପରିଧି ବିଶିଷ୍ଟ ଏଲିପ୍‌ଟିକାଲ ପାର୍କିିଂ ଅର୍ବିିଟରେ ଏହାକୁ ଅବସ୍ଥାପିତ କରିବ। ଏଠାରୁ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ ସ୍ପେସକ୍ରାଫ୍ଟ। ଚନ୍ଦ୍ରାୟନ-୨ର ତ୍ରୁଟି ସଂଶୋଧନ ହୋଇଛି ଚନ୍ଦ୍ରାୟନ-୩ରେ। ଏଥିରେ ରହିଛି ରୋଭର ଓ ଲ୍ୟାଣ୍ଡର। ସବୁ ଠିକଠାକ ରହିଲେ ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ତ୍ରିରଙ୍ଗା ଉଡ଼ାଇବ ଚନ୍ଦ୍ରଯାନ-୩ ।

Barsha

Recent Posts

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

33 seconds ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

34 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

36 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago