ଚଳନ୍ତା କାରରୁ ଖସିପଡିଲା ଶିଶୁ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଛାତିଥରା ଭିଡିଓ

ଟ୍ଵିଟରରେ ଏକ ଛାତିଥରା ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ବୁଝିପାରିବେ ଯେ ଛୋଟ ପିଲାଙ୍କ ସହିତ ଯାତ୍ରା କରିବା ସମୟରେ କାରର ଚାଇଲଡ୍‌ ଲକ୍‌ କେତେ ଜରୁରୀ ହୋଇଥାଏ। ଭିଡିଓକୁ ଦେଖିଲେ ଆପଣ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ। କାରଣ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ଚଳନ୍ତା କାରରୁ ଶିଶୁଟି ତଳେ ପଡିଯାଉଛି। କିନ୍ତୁ ସୌଭାଗ୍ୟର କଥା ଯେ ଚଳନ୍ତା କାରରୁ ପଡିବା ପରେ ବି ପିଲାଟି ସୁସ୍ଥ ଅଛି।

୩୧ ସେକେଣ୍ଡର ଭିଡିଓରେ ଆପଣ ଦେଖିପାରିବେ ଯେ କାର ଏକ ଟର୍ଣ୍ଣି ମୋଡରେ ଯାଉଛି। ସେତେବେଳେ ହଠାତ୍‌ କାରର ଡୋର୍‌ ଖୋଲିଯାଉଛି ଏବଂ ପିଲାଟି ବାହାରି ତଳେ ପଡିଯାଉଛି। ଏହି ସମୟରେ ସାମ୍ନାରୁ ଏକ ବସ୍‌ ଆସିଯାଉଛି। କିନ୍ତୁ ଠିକ୍‌ ସମୟରେ ବସ୍‌ ଚାଳକ ବ୍ରେକ୍‌ ମାରି ଗାଡିଟିକୁ ଅଟକାଇଦେଇଥିଲେ। ପିଲାଟି ପଡିଯାଇଥିବା ଗାଡି ପଛରୁ ମଧ୍ୟ ଏକ କାର ଆସୁଥିଲା କିନ୍ତୁ ସୌଭାଗ୍ୟବସତଃ କାରଟି ଠିକ୍‌ ସମୟରେ ବ୍ରେକ ମାରିଦେଲା। ଯଦି ଦୁଇ ଚାଳକଙ୍କ ନଜର ପିଲା ଉପରେ ପଡିନଥାନ୍ତା ତେବେ ବହୁତ ବଡ ଦୁର୍ଘଟଣା ଘଟିଯାଇଥାନ୍ତା।

କେରଳରେ ଘଟିଥିବା ଏହି ଘଟଣା ସିସିଟିଭିରେ କଏଦ ହୋଇଥିଲା। ଏବେ ଭିଡିଓକୁ ଟ୍ଵିଟରରେ ଆଇପିଏସ୍‌ ଅଫିସର ପଙ୍କଜ ଜୈନ ସେୟାର କରିଛନ୍ତି। ଏହାସହିତ ସେ ରୋଡ୍‌ ସେଫଟିର ମେସେଜ୍‌ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ‘ଚାଇଲଡ୍‌ ଲକ୍‌ ଏବଂ ଚାଇଲଡ୍‌ ସିଟରେ ପିଲାଙ୍କୁ ନେଇ ଯାତ୍ରା କରିବା ସମୟରେ ଧ୍ୟାନ ରଖିବା ନିହାତି ଆବଶ୍ୟକ।

ଆମେ ଏଠି ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଆପଣ ଛୋଟ ଶିଶୁଙ୍କୁ ନେଇ ଯାତ୍ରା କରୁଥିବାବେଳେ ଅଧିକ ଯତ୍ନଶୀଳ ହେବା ନିହାତି ଜରୁରୀ। ନଚେତ ସମୟ ସବୁବେଳେ ଭଲ ନଥାଏ କେତେବେଳେ ବି ବଡ ଦୁର୍ଘଟଣା ଘଟିପାରେ।

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

10 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

29 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

37 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

53 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago