ଚଳନ୍ତା କାରରୁ ଖସିପଡିଲା ଶିଶୁ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଛାତିଥରା ଭିଡିଓ

ଟ୍ଵିଟରରେ ଏକ ଛାତିଥରା ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ବୁଝିପାରିବେ ଯେ ଛୋଟ ପିଲାଙ୍କ ସହିତ ଯାତ୍ରା କରିବା ସମୟରେ କାରର ଚାଇଲଡ୍‌ ଲକ୍‌ କେତେ ଜରୁରୀ ହୋଇଥାଏ। ଭିଡିଓକୁ ଦେଖିଲେ ଆପଣ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ। କାରଣ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ଚଳନ୍ତା କାରରୁ ଶିଶୁଟି ତଳେ ପଡିଯାଉଛି। କିନ୍ତୁ ସୌଭାଗ୍ୟର କଥା ଯେ ଚଳନ୍ତା କାରରୁ ପଡିବା ପରେ ବି ପିଲାଟି ସୁସ୍ଥ ଅଛି।

children୩୧ ସେକେଣ୍ଡର ଭିଡିଓରେ ଆପଣ ଦେଖିପାରିବେ ଯେ କାର ଏକ ଟର୍ଣ୍ଣି ମୋଡରେ ଯାଉଛି। ସେତେବେଳେ ହଠାତ୍‌ କାରର ଡୋର୍‌ ଖୋଲିଯାଉଛି ଏବଂ ପିଲାଟି ବାହାରି ତଳେ ପଡିଯାଉଛି। ଏହି ସମୟରେ ସାମ୍ନାରୁ ଏକ ବସ୍‌ ଆସିଯାଉଛି। କିନ୍ତୁ ଠିକ୍‌ ସମୟରେ ବସ୍‌ ଚାଳକ ବ୍ରେକ୍‌ ମାରି ଗାଡିଟିକୁ ଅଟକାଇଦେଇଥିଲେ। ପିଲାଟି ପଡିଯାଇଥିବା ଗାଡି ପଛରୁ ମଧ୍ୟ ଏକ କାର ଆସୁଥିଲା କିନ୍ତୁ ସୌଭାଗ୍ୟବସତଃ କାରଟି ଠିକ୍‌ ସମୟରେ ବ୍ରେକ ମାରିଦେଲା। ଯଦି ଦୁଇ ଚାଳକଙ୍କ ନଜର ପିଲା ଉପରେ ପଡିନଥାନ୍ତା ତେବେ ବହୁତ ବଡ ଦୁର୍ଘଟଣା ଘଟିଯାଇଥାନ୍ତା।

କେରଳରେ ଘଟିଥିବା ଏହି ଘଟଣା ସିସିଟିଭିରେ କଏଦ ହୋଇଥିଲା। ଏବେ ଭିଡିଓକୁ ଟ୍ଵିଟରରେ ଆଇପିଏସ୍‌ ଅଫିସର ପଙ୍କଜ ଜୈନ ସେୟାର କରିଛନ୍ତି। ଏହାସହିତ ସେ ରୋଡ୍‌ ସେଫଟିର ମେସେଜ୍‌ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ‘ଚାଇଲଡ୍‌ ଲକ୍‌ ଏବଂ ଚାଇଲଡ୍‌ ସିଟରେ ପିଲାଙ୍କୁ ନେଇ ଯାତ୍ରା କରିବା ସମୟରେ ଧ୍ୟାନ ରଖିବା ନିହାତି ଆବଶ୍ୟକ।

ଆମେ ଏଠି ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଆପଣ ଛୋଟ ଶିଶୁଙ୍କୁ ନେଇ ଯାତ୍ରା କରୁଥିବାବେଳେ ଅଧିକ ଯତ୍ନଶୀଳ ହେବା ନିହାତି ଜରୁରୀ। ନଚେତ ସମୟ ସବୁବେଳେ ଭଲ ନଥାଏ କେତେବେଳେ ବି ବଡ ଦୁର୍ଘଟଣା ଘଟିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.