ଗରିବ ପିଲାକୁ ପଡ଼ିଆ ଭିତରେ ବସାଇ ଖାଦ୍ୟ ଖୁଆଇଲେ ଏହି କ୍ରିକେଟର, ହାତରେ ପିଆଇଦେଲେ ଚା’

ବାମହାତି ସ୍ପିନର ଇକ୍‌ବାଲ୍‌ ଅବ୍‌ଦୁଲ୍ଲାହ ଏତେ ଦୁଃର୍ଭାଗ୍ୟଶାଳୀ ଯେ ତାଙ୍କ ପାଖରେ ଟ୍ୟାଲେଣ୍ଟ ଥାଇ ମଧ୍ୟ ସେ ଟିମ୍‌ ଇଣ୍ଡିଆରେ ଖେଳିପାରୁନାହାନ୍ତି। କିନ୍ତୁ ନୂଆବର୍ଷରେ ସେ ପଡ଼ିଆରେ ଯେଭଳି ଭାବେ ଉଦାରପଣିଆ ଦେଖାଇଲେ, ତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା। ସମସ୍ତେ ତାଙ୍କୁ ସାଲ୍ୟୁଟ୍‌ କରୁଛନ୍ତି। ମୁମ୍ବାଇର ଏହି ଲେଫ୍ଟ ଆର୍ମ ସ୍ପିନର ଚଳିତବର୍ଷ ସିକ୍କିମ୍‌ରୁ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳୁଛନ୍ତି।

aa1

ଗରିବ ପିଲାକୁ ପାଖରେ ବସାଇ ପଡ଼ିଆରେ ଖୁଆଇଲେ ଖାଦ୍ୟ

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଇକ୍‌ବାଲ୍‌ ନିଜ ଟିମ୍‌ ତରଫରୁ ପଡ଼ିଆରେ ଅଭ୍ୟାସ କରିବା ସମୟରେ ତାଙ୍କ ନଜର ଏକ ଗରିବ ପିଲା ଉପରେ ପଡ଼ିଥିଲା। ସେ ପିଲାଟିକୁ ଦେଖି ଏତେ ଭାବୁକ ହୋଇପଡ଼ିଥିଲେ ଯେ ତାକୁ ନିଜ ପାଖକୁ ଡାକିଥିଲେ ଏବଂ ନିଜ ସାଥୀରେ ବସାଇ ଖାଦ୍ୟ ଖୁଆଇଥିଲେ। ଏପରି କି, ନିଜ ହାତରେ ପିଲାଟିକୁ ଚା’ ମଧ୍ୟ ପିଆଇଥିଲେ। ଏହାପରେ ଫଟୋଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଯାଇଥିଲା, ଯାହାଫଳରେ ଏବେ ସମସ୍ତେ ଇକ୍‌ବାଲ୍‌ଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।

ଏମିତି ରହିଛି କ୍ରିକେଟ କ୍ୟାରିୟର୍‌

ଗୋଟିଏ ସମୟରେ ଇକ୍‌ବାଲ୍‌ ଅବ୍‌ଦୁଲ୍ଲାହଙ୍କୁ ବହୁତ ପ୍ରତିଭାଶାଳୀ ସ୍ପିନର ଭାବେ ଗଣାଯାଉଥିଲା। ସେ ଟିମ୍‌ ଇଣ୍ଡିଆରେ ସାମିଲ ହେବା ପାଇଁ ଦାବିଦାର ମଧ୍ୟ ଥିଲେ। ଇଣ୍ଡିଆ-ଏ ପାଇଁ ଖେଳିସାରିଥିବା ଇକ୍‌ବାଲ୍‌ ଏ ପଯ୍ୟର୍ନ୍ତ ୧୮୬ ଫାର୍ଷ୍ଟ କ୍ଲାସ୍‌ ଓ୍ଵିକେଟ୍‌, ୧୨୧ ଲିଷ୍ଟ ଏ ଓ୍ଵିକେଟ୍‌ ଏବଂ ୮୧ ଟି-୨୦ ଓ୍ଵିକେଟ୍‌ ନେଇସାରିଛନ୍ତି। ସେ ଆଇପିଏଲ୍‌ରେ ୩ଟି ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଏବଂ ରୟାଲ୍‌ ଚ୍ୟାଲେଞ୍ଜର ବେଙ୍ଗାଲୁରୁର ପ୍ରତିନିଧିତ୍ୱ କରିସାରିଛନ୍ତି। ଆଇପିଏଲ୍‌ରେ ସେ ୪୯ ମ୍ୟାଚ୍‌ରେ ୪୦ଟି ଓ୍ଵିକେଟ୍‌ ନେଇଛନ୍ତି ଏବଂ ବୋଲିଂ ପାଓ୍ଵାରରେ ଅନେକ ମ୍ୟାଚ୍‌ରେ ସେ ନିଜ ଟିମ୍‌କୁ ଜିତାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.