ଆଜି ବିଶ୍ୱ ହିନ୍ଦୀ ଦିବସ, ଜାଣନ୍ତୁ ପ୍ରଥମେ କେବେ ହୋଇଥିଲା ହିନ୍ଦୀ ସମ୍ମିଳନୀ

ପ୍ରତ୍ୟେକ ବର୍ଷ ଆଜି ଦିନ ଅର୍ଥାତ ୧୦ ଜାନୁଆରୀରେ ବିଶ୍ୱ ହିନ୍ଦୀ ଦିବସ ପାଳନ କରାଯାଇଥାଏ। ଏହି ଦିନଟି ହିନ୍ଦୀ ପ୍ରେମୀଙ୍କ ଖୁବ୍‌ ଖାସ୍‌। କାରଣ ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଭାଷା ମଧ୍ୟରେ ହିନ୍ଦୀ ଭାଷା ଆସିଥାଏ। ୨୦୦୬ ବର୍ଷ ଠାରୁ ପ୍ରତ୍ୟେକ ବର୍ଷ ଜାନୁଆରୀ ୧୦ ଜାନୁଆରୀ ଦିନ ବିଶ୍ୱ ହିନ୍ଦୀ ଦିବସ ପାଳନ କରାଯାଇଥାଏ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ହିନ୍ଦୀ ଭାଷାର ପ୍ରଚାର-ପ୍ରସାର ପାଇଁ ହିନ୍ଦୀ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ। ବିଶ୍ୱରେ ହିନ୍ଦୀ ଭାଷାର ପ୍ରଚାର-ପ୍ରସାର ପାଇଁ ପ୍ରଥମ ଥର ୧୦ ଜାନୁଆରୀ ୧୯୭୫ ମସିହା ନାଗପୁରରେ ବିଶ୍ୱ ହିନ୍ଦୀ ଦିବସର ଆୟୋଜନ କରାଯାଇଥିଲା। ଏହିକାରଣରୁ ୧୦ ଜାନୁଆରୀ ଦିନ ବିଶ୍ୱ ହିନ୍ଦୀ ଦିବସର ଆୟୋଜନ କରାଯାଇଥାଏ।

hindi day-ବାସ୍ତବରେ ହିନ୍ଦୀ ଏକ ଭାଷା ନୁହେଁ ବରଂ ଭାରତୀୟ ସମ୍ପର୍କକୁ ଏକତ୍ର କରି ରଖିପାରିଥିବା ଭାଷା। ଏହି ଭାଷା ମାଧ୍ୟମରେ ବ୍ୟକ୍ତି ନିଜର ହଜାର ବର୍ଷ ପୁରୁଣା ସଂସ୍କୃତି ଏବଂ ସଭ୍ୟତା ସହ ଯୋଡି ରହିଛି। ବୈଶ୍ୱିକ ସ୍ତରରେ ମଧ୍ୟ ହିନ୍ଦୀ ଭାଷା ଲୋକମାନଙ୍କୁ ନିଜ ପ୍ରତି ଆକର୍ଷିତ କରିପାରିଛି। ଏହି କାରଣରୁ ଆପଣମାନେ ମଧ୍ୟ ଲକ୍ଷ୍ୟ କରିଥିବେ ହିନ୍ଦୀ ଭାଷାର ଅନେକ ଶଦ୍ଦ ଇଂରାଜୀ ଶଦ୍ଦକୋଷରେ ଦେଖିବାକୁ ମିଳିଥାଏ।

ବିଶ୍ୱରେ ସବୁଠାରୁ ଅଧିକ କୁହାଯାଉଥିବା ୫ଟି ଭାଷା ମଧ୍ୟରେ ହିନ୍ଦୀ ଭାଷାର ସ୍ଥାନ ରହିଛି। ଚୀନ୍‌ର ମଣ୍ଡାରିନ ଭାଷା ସବୁଠାରୁ ଅଧିକ କୁହାଯାଉଥିବା ବେଳେ ସ୍ପେନିସ୍‌ ଭାଷା ଦ୍ୱିତୀୟରେ ରହିଛି। ବିଶ୍ୱରେ ଇଂରାଜୀ ଭାଷା ତୃତୀୟ ସ୍ଥାନରେ ରହିଛି। ଏହାପରେ ହିନ୍ଦୀ ଭାଷା ଚତୁର୍ଥ ସ୍ଥାନରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.