ଦେଶ ବିଦେଶ

ଲୋକପ୍ରିୟ Nirvana ବ୍ୟାଣ୍ଡ ବିରୋଧରେ କୋର୍ଟରେ ଚାଇଲ୍ଡ ପୋର୍ଣ୍ଣୋଗ୍ରାଫି ମାମଲା, ଯେଉଁ ଶିଶୁର ଫଟୋ ଲାଗିଥିଲା, ୩୦ ବର୍ଷ ପରେ ସେ ହିଁ କଲା ମକଦ୍ଦମା

ରକ୍‌ ବ୍ୟାଣ୍ଡ Nirvana ବିରୋଧରେ ୩୦ ବର୍ଷୀୟ ଜଣେ ଯୁବକ ମକଦ୍ଦମା କରିଛନ୍ତି। ଏହା ପଛର କାରଣ Nevermind ନାମକ ଆଲ୍‌ବମର କଭରରେ ବ୍ୟବହାର ହୋଇଥିବା ଏକ ଶିଶୁର ଫଟୋ, ଯେଉଁଥିରେ ଶିଶୁକୁ ନ୍ୟୁଡ୍‌ ଦେଖାଯାଇଛି। ସେହି ଶିଶୁ ଏବେ ୩୦ ବର୍ଷୀୟ ଯୁବକ ହୋଇଯାଇଛନ୍ତି, ଯିଏକି ଏମିତି କଭରକୁ ଚାଇଲ୍ଡ ପୋର୍ଣ୍ଣୋଗ୍ରାଫି କିମ୍ବା ଶିଶୁ ଯୌନ ଶୋଷଣର ମାମଲା କହି ମୋଟା ଅଙ୍କର କ୍ଷତିପୂରଣ ଦାବି କରିଛନ୍ତି।

ଏଲ୍‌ଡନ ନାମକ ଏହି ଯୁବକ ବ୍ୟାଣ୍ଡର ସମସ୍ତ ଜୀବିତ ସଦସ୍ୟଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ଏପରି କି, ଜଣେ ସଦସ୍ୟଙ୍କ ବିଧବା ସ୍ତ୍ରୀଙ୍କଠାରୁ ବି କ୍ଷତିପୂରଣ ମାଗିଛନ୍ତି। ବହୁତ ଲୋକପ୍ରିୟ ରହିଥିବା Nevermind ଆଲ୍‌ବମର କଭରରେ ଏଲ୍‌ଡନ ନାମକ ଶିଶୁକୁ ଏକ ପୁଲରେ ଦେଖାଯାଇଛି। ଶିଶୁଟି ମାଛ ଧରା ହୁକରେ ଜୋଡ଼ା ଯାଇଥିବା ୧ ଡଲାରକୁ ଧରିବାକୁ ଚେଷ୍ଟା କରୁଛି। ଏହି ଫଟୋରେ ଶିଶୁ ନ୍ୟୁଡ୍‌ ରହିଛି, ଅର୍ଥାତ୍‌ ଶିଶୁ ଶରୀରରେ କୌଣସି ବି ବସ୍ତ୍ର ନାହିଁ।

ଏଲ୍‌ଡନ ଏତଲାରେ ଦର୍ଶାଇଛନ୍ତି କି, ପ୍ରତିବାଦୀମାନେ ଜାଣିଶୁଣି ଚାଇଲ୍ଡ ପୋର୍ଣ୍ଣୋଗ୍ରାଫିର ମାର୍କେଟିଂ କରିଥିଲେ ଏବଂ ନିଜ ମ୍ୟୁଜିକକୁ ପ୍ରମୋଟ କରିବାରେ ଏହାର ଉପଯୋଗ କରିଥିଲେ। ଏଲ୍‌ଡନ ବ୍ୟାଣ୍ଡର ପ୍ରତ୍ୟେକ ସଦସ୍ୟଙ୍କଠାରୁ ଦେଢ଼ ଲକ୍ଷ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୧ କୋଟିରୁ ଅଧିକ ଟଙ୍କା ଲେଖାଏ କ୍ଷତିପୂରଣ ମାଗିଛନ୍ତି। ତେବେ ଏହି ଫଟୋକୁ କିର୍କ େଓ୍ଵଡଲ ନେଇଥିଲେ, ଯିଏକି ଏଲ୍‌ଡନଙ୍କ ବାପାଙ୍କ ସାଙ୍ଗ ଥିଲେ। କହି ରଖୁଛୁ, Nevermind ଏ ପର୍ଯ୍ୟନ୍ତର ସବୁଠାରୁ ଅଧିକ ବିକ୍ରି ହେଉଥିବା ମାଗାଜିନ୍‌ ମଧ୍ୟରୁ ଗୋଟିଏ, ଯାହାର ସାରା ବିଶ୍ୱରେ ୩୦ ମିଲିୟନ ଅର୍ଥାତ୍‌ ୩ କୋଟିରୁ ଅଧିକ କପି ବିକ୍ରି ହୋଇସାରିଲାଣି।

Roshni

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

25 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

30 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago