ରାଜ୍ୟ

ସୁପ୍ରିମକୋର୍ଟରେ ନିଯୁକ୍ତି ହେଲେ ୯ ଜଣ ବିଚାରପତି, ୩ ଜଣ ଅଛନ୍ତି ମହିଳା

କେନ୍ୟୁଜ୍(ବ୍ୟୁରୋ):ସୁପ୍ରିମକୋର୍ଟରେ ୯ ଜଣ ବିଚାରପତିଙ୍କୁ ନିଯୁକ୍ତି । ରାଷ୍ଟ୍ରପତି ଭବନରୁ ଜାରି ହେଲା ବିଜ୍ଞପ୍ତି । ନୂଆ ବିଚାରପତିଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା। ସୁପ୍ରିମକୋର୍ଟ କଲିଜିୟମ ଦ୍ୱାରା ୯ ଜଣଙ୍କ ନାଁକୁ ସୁପାରିଶ କରାଯାଇଥିଲା। ସମସ୍ତ ୯ ବିଚାରପତିଙ୍କ ନାଁ ଉପରେ ମୋହର ଲଗାଇଥିଲେ କେନ୍ଦ୍ର ସରକାର। ଅଗଷ୍ଟ ୩୧ ତାରିଖରେ ନୂଆ ବିଚାରପତିମାନେ ଶପଥ ନେବା ସମ୍ଭାବନା ରହିଛି।

ଯେଉଁ ବିଚାରପତି ନିଯୁକ୍ତ ହେବେ ସେଥିରେ ଅଛନ୍ତି କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ବି.ଭି. ନାଗାରତ୍ନା। ସେ ୨୦୨୭ ବେଳକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହୋଇ ପାରନ୍ତି। ଯାହା ଏକ ଇତିହାସ ସୃଷ୍ଟି କରିବ। ପ୍ରଧାନ ବିଚାରପତିରେ ହେବାରେ ସେ ହେବେ ପ୍ରଥମ ମହିଳା। ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ସୁପ୍ରିମକୋର୍ଟରେ ବିଚାପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇବ। ନିଯୁକ୍ତି ପାଇବାକୁ ଥିବା ଅନ୍ୟ ଦୁଇ ମହିଳା ବିଚାରପତି ହେଲେ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି ଓ ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ବେଲା ତ୍ରିବେଦୀ ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

19 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

38 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

46 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago