କେନ୍ୟୁଜ୍(ବ୍ୟୁରୋ):ପୃଥିବୀ ଉପରୁ ଟଳିଲା ବଡ଼ ବିପଦ। ଭାରତ ମହାସାଗରରେ ପଡିଲା ଚୀନ୍ର ବେକାବୁ ରକେଟ୍। ପୂର୍ବରୁ ଆମେରିକା ଆଖପାଖରେ ପଡ଼ିବ ବୋଲି କୁହାଯାଉଥିଲା । ଆଜି ସକାଳ ୯ଟା ସମୟରେ ମାଲଦ୍ୱୀପର ଦକ୍ଷିଣ ଭାଗରେ ପଡିଲା ‘ଲଙ୍ଗ୍ ମାର୍ଚ୍ଚ 5B’ ରକେଟ । ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସମ୍ପର୍କରେ ସୂଚନା ମିଳିନାହିଁ । ସାରା ବିଶ୍ୱର ଏହା ଉପରେ ନଜର ରହିଥିଲା। ଚୀନର ଆଉଟ୍ ଅଫ କଣ୍ଟ୍ରୋଲ ରକେଟ ଜନବସତିରେ ପଡିଥିଲେ ବଡ଼ ଧରଣର କ୍ଷୟକ୍ଷତି ହୋଇଥାନ୍ତା।
ତେବେ ଏହା ସମୁଦ୍ର ଭିତରେ ପଡିଥିବାରୁ ବଡ଼ ଧରଣର ବିପଦ ଟଳି ଯାଇଛି । ଲଙ୍ଗ୍ ମାର୍ଚ୍ଚ 5B ରକେଟର ଓଜନ ରହିଛି ୨୧ ଟନ୍ । ତେବେ ଏହାର ଅଧିକାଂଶ ଜଳି ଯାଇଥିଲା । ଏପ୍ରିଲ ୨୯ରେ ଲଙ୍ଗ ମାର୍ଚ୍ଚ 5B ରକେଟ ଲଞ୍ଚ କରିଥିଲା ଚୀନ । ଅନ୍ତରୀକ୍ଷକୁ ଯିବା ପରେ ଆଉଟ୍ ଅଫ୍ କଣ୍ଟ୍ରୋଲ ହୋଇଯାଇଥିଲା ରକେଟ୍ ।
ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…
ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…
ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ ।…
ଆସୁଛି ଓ୍ଵାନ୍ ପ୍ଲସର ଧମାକେଦାର ଫୋନ୍ । ଯଦି ଆପଣ ଓ୍ଵାନପ୍ଲସ୍ ଲଭର୍ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…
ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା । ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…