Below header

ଟଳିଲା ବଡ଼ ବିପଦ, ଭାରତ ମହାସଗରରେ ପଡ଼ିଲା ଚୀନର ଆଉଟ ଅଫ କଣ୍ଟ୍ରୋଲ ରକେଟ୍

କେନ୍ୟୁଜ୍(ବ୍ୟୁରୋ):ପୃଥିବୀ ଉପରୁ ଟଳିଲା ବଡ଼ ବିପଦ। ଭାରତ ମହାସାଗରରେ ପଡିଲା ଚୀନ୍‌ର ବେକାବୁ ରକେଟ୍‌। ପୂର୍ବରୁ ଆମେରିକା ଆଖପାଖରେ ପଡ଼ିବ ବୋଲି କୁହାଯାଉଥିଲା । ଆଜି ସକାଳ ୯ଟା ସମୟରେ ମାଲଦ୍ୱୀପର ଦକ୍ଷିଣ ଭାଗରେ ପଡିଲା ‘ଲଙ୍ଗ୍‌ ମାର୍ଚ୍ଚ 5B’ ରକେଟ । ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସମ୍ପର୍କରେ ସୂଚନା ମିଳିନାହିଁ । ସାରା ବିଶ୍ୱର ଏହା ଉପରେ ନଜର ରହିଥିଲା। ଚୀନର ଆଉଟ୍‌ ଅଫ କଣ୍ଟ୍ରୋଲ ରକେଟ ଜନବସତିରେ ପଡିଥିଲେ ବଡ଼ ଧରଣର କ୍ଷୟକ୍ଷତି ହୋଇଥାନ୍ତା।

ତେବେ ଏହା ସମୁଦ୍ର ଭିତରେ ପଡିଥିବାରୁ ବଡ଼ ଧରଣର ବିପଦ ଟଳି ଯାଇଛି । ଲଙ୍ଗ୍‌ ମାର୍ଚ୍ଚ 5B ରକେଟର ଓଜନ ରହିଛି ୨୧ ଟନ୍‌ । ତେବେ ଏହାର ଅଧିକାଂଶ ଜଳି ଯାଇଥିଲା । ଏପ୍ରିଲ ୨୯ରେ ଲଙ୍ଗ ମାର୍ଚ୍ଚ 5B ରକେଟ ଲଞ୍ଚ କରିଥିଲା ଚୀନ । ଅନ୍ତରୀକ୍ଷକୁ ଯିବା ପରେ ଆଉଟ୍‌ ଅଫ୍‌ କଣ୍ଟ୍ରୋଲ ହୋଇଯାଇଥିଲା ରକେଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.