Below header

ଗଜପତି: ମୋହନା ଅବକାରୀ ବିଭାଗର ଚଢ଼ାଉ, ପୋଚ ଓ ଦେଶୀ ରନ୍ଧା ମଦ କରାଗଲା ନଷ୍ଟ

ମୋହନା(କେନ୍ୟୁଜ୍):  ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବିରିକୋଟ ଓ ଚାନ୍ଦିପୁଟ ଗ୍ରାମର ନୁଆସାହି ଅଞ୍ଚଳ ରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି, ଏହି ଚଢ଼ାଉ ବେଳେ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ୮୨୦ ଲିଟର ମହୁଲି ପୋଚ ନଷ୍ଟ କରାଯିବା ସହ ୭୦ ଲିଟର ଦେଶୀରନ୍ଧା ମଦ ଜବତ କରାଯାଇଛି l

wine seized 1

ସାରା ରାଜ୍ୟରେ କୋଭିଡ କଟକଣା ଲାଗି ୧୪ ଦିନିଆ ଲକଡାଉନ ବଳବତ୍ତର ରହିଥିବାବେଳେ ଗଜପତି ଜ଼ିଲ୍ଲାରେ ସକ୍ରିୟ ହୋଇଛନ୍ତି ଚୋରା ଦେଶି ମଦ ମାଫିଆ l ଆର.ଉଦୟଗିରି ଅବକାରୀ ୱାଇସି ଲିଙ୍ଗରାଜ ଦାମିଙ୍କ ନେତୃତ୍ୱ ରେ ଏହି ଚଢ଼ାଉ ହୋଇଥିବା ବେଳେ ମଦ ମାଫିଆ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.