ବିରାଟଙ୍କ ପରେ କରୋନା ପୀଡିତଙ୍କୁ ସହାୟତା ପାଇଁ ଆଗେଇ ଆସିଲେ ଋଷଭ ପନ୍ତ, ଏହି ଫାଉଣ୍ଡେସନ ସହିତ ମିଶି କରିବେ କାମ

କୋଭିଡ୍-୧୯ ମୁକାବିଲାରେ ଅନେକ ସେଲିବ୍ରିଟି ଆଗକୁ ଆସିଛନ୍ତି। ପୂର୍ବରୁ ବିରାଟ କୋହଲି ଏହି ଲଢେଇରେ ସାମିଲ ହୋଇଥିଲେ। ଏହି ତାଲିକାରେ ଏବେ ଯୋଡି ହୋଇ ଯାଇଛି ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ। ପନ୍ତ କରୋନା ସଂକ୍ରମିତଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡର, ଶଯ୍ୟା ଓ କୋଭିଡ୍-୧୯ କିଟ୍ କିଣିବାରେ ସାହାଯ୍ୟ କରିବେ। ଏଥିପାଇଁ ସେ ହେମକୁଣ୍ଟ ଫାଉଣ୍ଡେସନକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

୨୩ ବର୍ଷୀୟ ପନ୍ତ ନିଜର ଏହି ନିଷ୍ପତ୍ତି ବିଷୟରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି, ଫାଉଣ୍ଡେସନ ସହ ମିଶି କରୋନା ମୁକାବିଲା କାମ କରିବେ। ଯାହା କିଛି ଦାନ କରିବେ ସେଥିରେ ଅକ୍ସିଜେନ ସିଲିଣ୍ଡର, ଶଯ୍ୟା ୧ କରୋନା ରିଲିଫ୍ କିଟ୍ ଉପଲବ୍ଧ କରାଯିବ।
ସୂଚନାଯୋଗ୍ଯ, ଗତବର୍ଷ ପନ୍ତ କରୋନା ଭାଇରସ ପୀଡିତ ଲୋକଙ୍କୁ ସାହାଯ୍ଯ କରିବା ପାଇଁ ଲଗାତାର କାମ କରୁଛନ୍ତି। ଭାରତକୁ ଏପରି ପରିସ୍ଥିତିରୁ ମୁକୁଳିବା ପାଇଁ ସାମୂହିକ ପ୍ରୟାସ ଦରକାର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.