Below header

ଗଜପତି ଆର. ଉଦୟଗିରି ତହସିଲଦାର ଏବଂ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା:  ମୁଖ୍ୟ ଅଭିଯୁକ୍ତ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଆର. ଉଦୟଗିରି ତହସିଲଦାର ଏବଂ ପୋଲିସ କର୍ମଚାରୀଙ୍କ ଉପରେ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ ଆକ୍ରମଣ ଘଟଣାର  ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ l ଘଟଣାର ମୁଖ୍ୟ ଷଡଯନ୍ତ୍ରକାରି ତଥା ଆକ୍ରମଣ ପାଇଁ ଉଷୁକାଇଥିବା ଛେଳିଗଡ଼ ଖ୍ରୀଷ୍ଟିଆନ ସାହିର ଜାନୁଏଲ ବୀରକୁ ମହେନ୍ଦ୍ରଗଡ଼ ଗ୍ରାମ ନିକଟରୁ ଗିରଫ କରାଯାଇଥିବା ସୂଚନା ମିଳିଛି l

ଅତିଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି  SDPO ଦିଲ୍ଲୀପ କୁମାର ନାୟକ  ସୂଚନା ଦେଇଛନ୍ତି l ସୂଚନା ଯୋଗ୍ୟ ଯେ ଶୁକ୍ରବାର ଏକ ବିବାହ ଭୋଜି ଆୟୋଜନକୁ ବାରଣ କଲାବେଳେ ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ଏବଂ ଥାନା କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.