Below header

ସେନ୍ସର ବୋର୍ଡ ନୁହେଁ ସଲମାନ ନିଜେ କାଟିଲେ ଫିଲ୍ମ ‘ରାଧେ’ର ୨୧ଟି ସିନ୍, ଜାଣନ୍ତୁ କାହିଁକି ?

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ରାଧେ’ ଅନେକ ଦିନରୁ ଚର୍ଚ୍ଚାରେ ରହିଛି। ଫିଲ୍ମର ଟ୍ରେଲରରୁ ଆରମ୍ଭ କରି ଗୀତ ପର୍ଯ୍ଯନ୍ତ ସବୁକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। କୁହାଯାଉଛି କି, ଫିଲ୍ମଟି ୧୩ ମଇରେ ଇଦ ଅବସରରେ ରିଲିଜ ହେବ। ଏବେ ଏହି ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ଏଥିରେ ୨୧ଟି ସିନ୍ କାଟି ଦିଆଯାଇଛି। ଏହି ସିନକୁ ସେନ୍ସର ବୋର୍ଡ ନୁହେଁ ବରଂ ସଲମାନ ଖାନ ଏବଂ ଫିଲ୍ମ କେର୍ସ ନିଜେ କାଟିଛନ୍ତି।

ରିପୋର୍ଟ ମୁତାବକ, ସଲମାନ ଏବଂ ମେକର୍ସଙ୍କ କହିବାମୁତାବକ, ଫିଲ୍ମ ‘ରାଧେ’ ଏକ ଫ୍ଯାମିଲ ଏଣ୍ଟରଟେନର ଫିଲ୍ମ। ତେଣୁ ଏଥିରେ ଏମିତି କୌଣସି ସିନ୍ ରହିବ ନାହିଁ ଯାହା ଆପତ୍ତିଜନକ ସିନ। ଏହି କଥାରେ ଧ୍ୟାନରେ ରଖି ଫିଲ୍ମ ରିଲିଜ ହେବା ପୂର୍ବରୁ ୨୧ ସିନ୍ କାଟିଦିଆଯାଇଛି।

 

View this post on Instagram

 

A post shared by Salman Khan (@beingsalmankhan)

ଫିଲ୍ମରେ ୧୨ ବର୍ଷର ଜଣେ ପିଲା ଡ୍ରଗ୍ସ ନେଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଏହି ସିନ୍ ଏବେ କାଟି ଦିଆଯାଇଛି। ଏହାସହିତ ୬ଟି ଡ୍ରଗ୍ସ ସିନ୍ସ ମଧ୍ୟ କାଟ୍ କରାଯାଇଛି। ଏହିସବୁ ସିନ୍ କଟିବା ପରେ ଫିଲ୍ମ ୧ ଘଣ୍ଟା ୫୪ ମିନିଟରେ ଶେଷ ହୋଇଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.