Below header

କାବୁଲର ସ୍କୁଲ ନିକଟରେ ବୋମା ବିସ୍ଫୋରଣ: ୫୦ ମୃତ, ୧୦୦ରୁ ଊର୍ଦ୍ଧ୍ବ ଆହତ

ଆଫଗାନିସ୍ତାନର ରାଜଧାନୀ କାବୁଲର ପଶ୍ଚିମ ଭାଗରେ ଥିବା ଏକ ସ୍କୁଲ ନିକଟରେ ବୋମା ବିସ୍ଫୋରଣରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ୧୦୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି।

ଆଫଗାନିସ୍ତାନ ସରକାର ତାଲିବାନ ନାଗରିକଙ୍କୁ ଲକ୍ଷ୍ଯ ରଖି ହୋଇଥିବା ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଏହି ବିସ୍ଫୋରଣରେ ଅତି କମରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଗକୁ ବିସ୍ପୋରଣରେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛ।

କାବୁଲର ପଶ୍ଚିମରେ ଥିବା ଦସ୍ତ-ଇ-ବାର୍ଚିର ଏକ ସ୍କୁଲ ସୟଦ ଅଲ-ଶାହଦ ବାହାରେ ଏହି ବିସ୍ଫୋରଣ ଘଟିଥିଲା, ଯେଉଁଠାରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଯେଉଁ ସମୟରେ ଏହି ବିସ୍ଫୋରଣ ଘଟି ଥିଲା ସେ ସମୟରେ ସାଧାରଣ ଲୋକମାନେ ମଧ୍ୟ ନିକଟରେ ଥିବା ବଜାରରେ ଇଦ-ଉଲ୍-ଫିତର ପାଇଁ ସାମଗ୍ରୀ କିଣିବାକୁ ବାହାରିଥିଲେ। ଏହି ଆକ୍ରମଣରେ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ଗତବର୍ଷ ମଧ୍ୟ ଶିୟା ସମୁଦାୟର ସ୍କୁଲ ଉପରେ ଆକ୍ରମଣ ହୋଇଥିଲା। ଯେଉଁଥିରେ ୫୦ ଲୋକଙ୍କ ପ୍ରାଣ ଚାଲିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.