Below header

ଖୋର୍ଦ୍ଧା: ସଟ୍‌ଡାଉନ୍‌ ବେଳେ ପକ୍ଷୀ ଶିକାର, ଚିଲିକାରୁ ୭ଟି ମୃତ ବିଦେଶାଗତ ପକ୍ଷୀ ଜବତ ସହ ଜଣେ ଶିକାରୀ ଗିରଫ

କେନ୍ୟୁଜ୍(ବ୍ୟୁରୋ):  ସଟ୍‌ଡାଉନ୍‌ ବେଳେ ପକ୍ଷୀ ଶିକାର । ଚିଲିକାରୁ ୭ଟି ମୃତ ବିଦେଶାଗତ ପକ୍ଷୀ ଜବତ ସହ ଜଣେ ଶିକାରୀ ଗିରଫ । ଅଭିଯୁକ୍ତ ହେଲେ ଗୋପାଳ ସାହୁ । ବିଶେଷ ସୁତ୍ରରୁ ଖବର ପାଇ ଖୋର୍ଦ୍ଧା ଭୁଷଣ୍ଡପୁର ବିଧାରପୁର ନିକଟରେ ଟାଙ୍ଗୀ ପ୍ରାଣି ବିଭାଗର ଏକ ଟିମ୍‌ ଚଢଉ କରି ଅଭିଯୁକ୍ତକୁ ଗିରଫ କରିଛି ।

ସଟ୍ ଡାଉନ  ଲକ ଡାଉନ  ଯୋଗୁ୍  ଲୋକେ ଘରେ ରହୁଛନ୍ତି । ଏହି ସମୟରେ  ପୋଲିସ୍  ପ୍ରଶାସନର ଧ୍ୟ୍ୟାନ  କୋରୋନା କଟକଣା ଉପରେ ରହୁଥିବା ବେଳେ ଏହାର ସୁଯୋଗ ନେଉଛନ୍ତି  ପକ୍ଷୀ ଶୀକାରୀ । ଚିଲିକାରେ ଅବାଧରେ କରୁଛନ୍ତି  ପକ୍ଷୀ ଶୀକାର ।

ଗତ କିଛି ଦିନ ହେଲା  ପକ୍ଷୀ ଶିକାରୀ ଗୋପାଳ ସାହୁ  ଚିଲିକାରେ ଚଳାଇ ଆସିଥିଲା  ପକ୍ଷୀ ଶୀକାରର ସାମ୍ରାଜ୍ୟ । ପକ୍ଷୀ ଶୀକାର କରି ତାର ମାଂସକୁ ଚଢା ଦରରେ  ବିକ୍ରି କରୁଥିଲା। କେବଳ ସେତିକି ନୁହେଁ  ସ୍ଥାନୀୟ ଅଞ୍ଚଳରେ ଥିବା ଢ଼ାବା, ହୋଟେଲ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଏହି ଚଢେଇ ମାଂସ ବିକ୍ରି କରେ  । ଗିରଫ ଶୀକାରୀକୁ ଆଜି ବିଚାର ବିଭାଗୀୟ ଅଦାଲତରେ ହାଜର କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି  ବୋଲି ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର  ସୁଶ୍ରୀ ଚୂଡ଼ାମଣି ମୂର୍ମୁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.