Below header

Twitter ଲଞ୍ଚ କଲା Tip Jar ଫିଚର: ଏବେ ମାଇକ୍ରୋବ୍ଲଗିଂ ସାଇଟରେ ପଠାଇପାରିବେ ପଇସା, ଜାଣନ୍ତୁ କେମିତି ?

ମାଇକ୍ରୋବ୍ଲଗିଂ ସାଇଟ ଟ୍ବିଟର ଏବେ ଫେସବୁକ, ମେସେଞ୍ଜର, ହ୍ବାଟସଆପ୍ ଏବଂ ଟେଲିଗ୍ରାମକୁ ଟକ୍କର ଦେବା ପାଇଁ ନୂଆ ଫିଚର ଆଣିଛି। ଏହି ନୂଆ ଫିଚର ନାମ Tip Jar ରହିଛି। ଏହି ଫିଚର ସାହାଯ୍ଯରେ ୟୁଜର୍ସ ପଇସା ଟ୍ରାନ୍ସଫର କରିପାରିବେ। କମ୍ପାନୀ କହିବା ମୁତାବକ, ଏହି Tip Jar ଫିଚର Paypal, Patreon, Venmo ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଭଳି କାମ କରିବ। କିନ୍ତୁ ଏହି ଫିଚର ଫାଇଦା କେବଳ କିଛି ୟୁଜର୍ସ ଉଠାଇପାରିବେ।

ଟ୍ବିଟର ନିଜର ବ୍ଲଗ ପୋଷ୍ଟ ମାଧ୍ୟମରେ ଦୂଆ ଫିଚରକୁ ଲଞ୍ଚ କରିବା ପାଇଁ ଘୋଷଣା କରିଛି। ଏହା ସହିତ କିପରି ଏହାକୁ ବ୍ଯବହାର କରିବେ, ତାହା ମଧ୍ୟ ଜଣାଇଛି। କମ୍ପାନୀ ଟ୍ବିଟର ଆକାଉଣ୍ଟରେ ଏହି ଆପକୁ ଏନାବେଲ କରି ପ୍ରୋଫାଇଲ ପେଜରେ ଫଲୋ ବଟନ ପାଖରେ Tip Jar ଆଇକନ ନଜର ଆସିବ। ଏବେ ଏହି ଆଇକନ ଟାପ୍ କରି ଆକାଉଣ୍ଟ ଏନାବେଲ ପେମେଣ୍ଟ ସର୍ଭିସ ଏବଂ ପ୍ଲାଟଫର୍ମରେ ଏକ ଲିଷ୍ଟ ଶୋ ହେବ। ଏହି ଲିଷ୍ଟରୁ କୌଣସି ପେମେଣ୍ଟ ପାଇଁ ସର୍ଭିସକୁ ଚୟନ କରିପାରିବେ। ଏହା ପରେ ଟ୍ବିଟରରେ ଆପଣଙ୍କୁ ସିଲେକ୍ଟଟ ହୋଇଥିବା ଆପକୁ ନେଇଯିବ ଏବଂ ଅର୍ଥ ଚୟନ କରିବାକୁ ହେବ।

ଟ୍ବିଟରରେ ଏହି ନୂଆ ଫିଚର ଆଣ୍ଡ୍ରଏଡ ଏବଂ iOS ପ୍ଲାଟଫର୍ମରେ ମିଳିବ। କମ୍ପାନୀ ସ୍ବଷ୍ଟ କରିଛି କି, ଏହି ଫିଚର ମାଧ୍ୟମରେ ପେମେଣ୍ଟ କରିପାରେ କୌଣସି ପ୍ରକାର କମିଶନ ଲାଗିବ ନାହିଁ। କେବଳ ଏହି ସୁବିଧା କେତେକ ୟୁଜର୍ସଙ୍କୁ ମିଳିବ। ଯେଉଁମାନେ ଇଂଲିଶରେ ଟ୍ବିଟ କରୁଛନ୍ତି, ସେମାନେ କେବଳ ଏହି ଫିଚରର ଫାଇଦା ଉଠାଇପାରିବେ। ଏହି ଫିଚର ଏବେ ପତ୍ରକାର, କ୍ରିକେଟର୍ସ ଏବଂ ଅଣ ଲାଭକାରୀ ସଂସ୍ଥା ପାଇଁ ଉପଲବ୍ଧ। କିନ୍ତୁ କମ୍ପାନୀ ଖୁବଶୀଘ୍ର ଏହାକୁ ସମସ୍ତ ୟୁଜର୍ସଙ୍କ ପାଇଁ ରୋଲଆଉଟ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.