ଦେଶ ବିଦେଶ

ଚୀନର ଦୋମୁହାଁ ନୀତି : ଶାନ୍ତିର କଥା କହୁଛି, ପୁଣି ରୁଷକୁ ମତାଉଛି

ସାମନାକୁ ଆସିଲା ଚୀନର ଦୋମୁହାଁ ନୀତି । ରୁଷ୍‌-ୟୁକ୍ରେନ ମଧ୍ୟରେ ଚୀନ ଶାନ୍ତିର କଥା କହୁଛି । ଶାନ୍ତିର ପ୍ରସ୍ତାବ ବି ରଖୁଛି । କିନ୍ତୁ ଚୀନର ରୁଷକୁ ପରୋକ୍ଷ ସମର୍ଥନ ଜାରି ରଖିଛି ଏହା ବି ସ୍ପଷ୍ଟ ହୋଇଛି । ଚୀନର ପୋଲ ଖୋଲିଛନ୍ତି ଅନ୍ତର୍ଜାତୀୟ ଗଣମାଧ୍ୟମ । ଚର୍ଚ୍ଚାକୁ ଖୋରାକ୍‌ ଯୋଗାଉଛି ଆମେରିକାର ଇଣ୍ଟେଲିଜେନ୍ସର ଏକ ରିପୋର୍ଟ ଯାହା ଚୀନର ଭଦ୍ର ମୁଖା ଖୋଲିଦେଇଛି ।

ରିପୋର୍ଟରେ କୁହାଯାଇଛି ଚୀନ ରୁଷକୁ ଯୁଦ୍ଧ ଲଢିବା ପାଇଁ ବିଭିନ୍ନ ଟେକ୍ନୋଲୋଜି ଯୋଗାଇ ଆସୁଛି । ଅର୍ଥାତ୍‌ ରୁଷକୁ ଯୁଦ୍ଧ ପାଇଁ ସାହାର୍ଯ୍ୟ ଓ ସମର୍ଥନ ଦେଉଛି ଡ୍ରାଗନ୍‌ । ଆହୁରି ସଂଗାତିକ କଥା ୱି ଏଥିରେ ପ୍ରକାଶ ପାଇଛି ଯେ ରୁଷକୁ ଯେତେବେଳେ ଦେଶପ୍ରତିବନ୍ଧକ ଲଗାଉଥିଲେ ସେତେବେଳେ ବେପାରୀ ସାଜିଥିଲା ରୁଷ।

ଗତବର୍ଷ ଫେବ୍ରୁଆରୀରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠୁ ଚୀନ ମସ୍କୋ ଠାରୁ ତେଲ, ଗ୍ୟାସ ଆମଦାନୀ ବଢାଇଛି । ଏପରିକି ରୁଷ ଓ ଚୀନ ମଧ୍ୟରେ ଆର୍ଥିକ କାରବାର ବି ଚାଲିଛି । ଫଳରେ ପାଶ୍ଚାତ୍ୟ ପ୍ରତିବନ୍ଧକ ଯୋଗୁଁ ଦେବାଳିଆ ହେବାକୁ ବସିଥିବା ରୁଷକୁ ଚୀନ ଆର୍ଥିକ ସହାୟତା ଯୋଗାଉଛି । ଫଳରେ ପାଶ୍ଚାତ୍ୟ ପ୍ରତିବନ୍ଧକର ପ୍ରଭାବ ରୁଷ ଉପରେ ପଡିବ ।

Niharanjan

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

3 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

14 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

27 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

30 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

50 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago