ଚୀନର ଦୋମୁହାଁ ନୀତି : ଶାନ୍ତିର କଥା କହୁଛି, ପୁଣି ରୁଷକୁ ମତାଉଛି
ସାମନାକୁ ଆସିଲା ଚୀନର ଦୋମୁହାଁ ନୀତି । ରୁଷ୍-ୟୁକ୍ରେନ ମଧ୍ୟରେ ଚୀନ ଶାନ୍ତିର କଥା କହୁଛି । ଶାନ୍ତିର ପ୍ରସ୍ତାବ ବି ରଖୁଛି । କିନ୍ତୁ ଚୀନର ରୁଷକୁ ପରୋକ୍ଷ ସମର୍ଥନ ଜାରି ରଖିଛି ଏହା ବି ସ୍ପଷ୍ଟ ହୋଇଛି । ଚୀନର ପୋଲ ଖୋଲିଛନ୍ତି ଅନ୍ତର୍ଜାତୀୟ ଗଣମାଧ୍ୟମ ।

ସାମନାକୁ ଆସିଲା ଚୀନର ଦୋମୁହାଁ ନୀତି । ରୁଷ୍-ୟୁକ୍ରେନ ମଧ୍ୟରେ ଚୀନ ଶାନ୍ତିର କଥା କହୁଛି । ଶାନ୍ତିର ପ୍ରସ୍ତାବ ବି ରଖୁଛି । କିନ୍ତୁ ଚୀନର ରୁଷକୁ ପରୋକ୍ଷ ସମର୍ଥନ ଜାରି ରଖିଛି ଏହା ବି ସ୍ପଷ୍ଟ ହୋଇଛି । ଚୀନର ପୋଲ ଖୋଲିଛନ୍ତି ଅନ୍ତର୍ଜାତୀୟ ଗଣମାଧ୍ୟମ । ଚର୍ଚ୍ଚାକୁ ଖୋରାକ୍ ଯୋଗାଉଛି ଆମେରିକାର ଇଣ୍ଟେଲିଜେନ୍ସର ଏକ ରିପୋର୍ଟ ଯାହା ଚୀନର ଭଦ୍ର ମୁଖା ଖୋଲିଦେଇଛି ।
ରିପୋର୍ଟରେ କୁହାଯାଇଛି ଚୀନ ରୁଷକୁ ଯୁଦ୍ଧ ଲଢିବା ପାଇଁ ବିଭିନ୍ନ ଟେକ୍ନୋଲୋଜି ଯୋଗାଇ ଆସୁଛି । ଅର୍ଥାତ୍ ରୁଷକୁ ଯୁଦ୍ଧ ପାଇଁ ସାହାର୍ଯ୍ୟ ଓ ସମର୍ଥନ ଦେଉଛି ଡ୍ରାଗନ୍ । ଆହୁରି ସଂଗାତିକ କଥା ୱି ଏଥିରେ ପ୍ରକାଶ ପାଇଛି ଯେ ରୁଷକୁ ଯେତେବେଳେ ଦେଶପ୍ରତିବନ୍ଧକ ଲଗାଉଥିଲେ ସେତେବେଳେ ବେପାରୀ ସାଜିଥିଲା ରୁଷ।
ଗତବର୍ଷ ଫେବ୍ରୁଆରୀରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠୁ ଚୀନ ମସ୍କୋ ଠାରୁ ତେଲ, ଗ୍ୟାସ ଆମଦାନୀ ବଢାଇଛି । ଏପରିକି ରୁଷ ଓ ଚୀନ ମଧ୍ୟରେ ଆର୍ଥିକ କାରବାର ବି ଚାଲିଛି । ଫଳରେ ପାଶ୍ଚାତ୍ୟ ପ୍ରତିବନ୍ଧକ ଯୋଗୁଁ ଦେବାଳିଆ ହେବାକୁ ବସିଥିବା ରୁଷକୁ ଚୀନ ଆର୍ଥିକ ସହାୟତା ଯୋଗାଉଛି । ଫଳରେ ପାଶ୍ଚାତ୍ୟ ପ୍ରତିବନ୍ଧକର ପ୍ରଭାବ ରୁଷ ଉପରେ ପଡିବ ।