OSSC ଜେଇ ସିଭିଲ୍ ମେନ୍ ପ୍ରଶ୍ନପତ୍ର ଲିକ୍ ମାମଲା: ଅଭିଯୁକ୍ତଙ୍କ ବିରୋଧରେ ପ୍ରୋସିଡିଂ ପାଇଁ ବାଲେଶ୍ୱର ଏସପିଙ୍କ ଚିଠି
ମୁଖ୍ୟ ଅଭିଯୁକ୍ତ ପାଟନା ଆକାଉଣ୍ଟାଣ୍ଟ ଜେନେଲାର ଅଫିସର ବରିଷ୍ଠ ଅଧିକାରୀ ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାଟନା ଏଜିଙ୍କୁ ଚିଠି ଲେଖିଛନ୍ତି। ଗିରଫ ୧୭ ଅଭିଯୁକ୍ତଙ୍କ ମଧ୍ୟରେ ଯାଜପୁର ଓ କନ୍ଧମାଳ ଜିଲ୍ଲାର ଦୁଇଜଣ ଶିକ୍ଷକ ଅଛନ୍ତି । ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଯାଜପୁର ଓ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି

ବାଲେଶ୍ବର(କେନ୍ୟୁଜ୍): ଓଏସଏସସି ଜେଇ ସିଭିଲ୍ ମେନ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରୋସିଡିଂ ପାଇଁ ଚିଠି ଲେଖିଲେ ବାଲେଶ୍ୱର ଏସପି ସାଗରିକା ନାଥ। ମୁଖ୍ୟ ଅଭିଯୁକ୍ତ ପାଟନା ଆକାଉଣ୍ଟାଣ୍ଟ ଜେନେଲାର ଅଫିସର ବରିଷ୍ଠ ଅଧିକାରୀ ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାଟନା ଏଜିଙ୍କୁ ଚିଠି ଲେଖିଛନ୍ତି। ଗିରଫ ୧୭ ଅଭିଯୁକ୍ତଙ୍କ ମଧ୍ୟରେ ଯାଜପୁର ଓ କନ୍ଧମାଳ ଜିଲ୍ଲାର ଦୁଇଜଣ ଶିକ୍ଷକ ଅଛନ୍ତି ।
ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଯାଜପୁର ଓ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଏହାସହ ପ୍ରଶ୍ନପତ୍ର ଲିକ୍ ଡିଲ୍ରେ ସାମିଲ ଥିବା ଆଶାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଓଏସଏସସିଙ୍କୁ ଚିଠି ଲେଖିଛନ୍ତି। ଏମାନଙ୍କୁ ଭବିଷ୍ୟତରେ ଓଏସଏସସି ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷାରୁ ନିବୃତ ରଖିବାକୁ ଉଲ୍ଲେଖ କରାଯାଇଛି ।