ପୁଣି ଦିଲ୍ଲୀରେ ବର୍ବର କାଣ୍ଡ : ବିବାହ ପାଇଁ ମନା କରିବାକୁ ଛାତ୍ରୀଙ୍କ ମୁଣ୍ଡକୁ ରଡ୍‌ରେ ପିଟି ହତ୍ୟା

ପୁଣି ମହିଳାଙ୍କ ପାଇଁ ଅସୁରକ୍ଷିତ ଦିଲ୍ଲୀ। ବିବାହ ପାଇଁ ମନା କରିବାକୁ ଛାତ୍ରୀଙ୍କ ମୁଣ୍ଡକୁ ରଡ୍‌ରେ ପିଟି ହତ୍ୟା। ଦିଲ୍ଲୀ ମାଲବୀୟ ନଗରର ଏକ ପାର୍କରେ ଏଭଳି ବର୍ବର କାଣ୍ଡ ଦେଖିବାକୁ ମିଳିଛି।

ନୂଆଦିଲ୍ଲୀ : ପୁଣି ମହିଳାଙ୍କ ପାଇଁ ଅସୁରକ୍ଷିତ ଦିଲ୍ଲୀ। ବିବାହ ପାଇଁ ମନା କରିବାକୁ ଛାତ୍ରୀଙ୍କ ମୁଣ୍ଡକୁ ରଡ୍‌ରେ ପିଟି ହତ୍ୟା। ଦିଲ୍ଲୀ ମାଲବୀୟ ନଗରର ଏକ ପାର୍କରେ ଏଭଳି ବର୍ବର କାଣ୍ଡ ଦେଖିବାକୁ ମିଳିଛି। କମଳା ନେହେରୁ କଲେଜର ଛାତ୍ରୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ପାର୍କକୁ ଆସିଥିବା ବେଳେ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁରୁଷ ବନ୍ଧୁ ଜଣକ ଛାତ୍ରୀଙ୍କ ମୁଣ୍ଡକୁ ରଡ୍‌ରେ ପିଟି ପିଟି ହତ୍ୟା କରିଥିଲା। ହତ୍ୟା ମାମଲାରେ ୨୮ ବର୍ଷୀୟ ଇର୍ଫାନକୁ ଗିରଫ କରିଛି ପୋଲିସ। ମୃତ ଛାତ୍ରୀଙ୍କ ପରିବାର ବିବାହରେ ଅରାଜି ହେବା ପରେ ଛାତ୍ରୀ ଜଣକ ଇର୍ଫାନ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଖବର ପାଇ ଘଟଣାସ୍ଥଳରେ ଡିସିପି ସାଉଥ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଦିନ ଦ୍ୱିପହରରେ ବ୍ୟସ୍ତବହୁଳ ମାଲବୀୟ ନଗରରେ ଜଣେ ଛାତ୍ରୀଙ୍କୁ ରଡ୍‌ରେ ପିଟି ହତ୍ୟା ଘଟଣା ଦିଲ୍ଲୀ ସବୁଠାରୁ ଅସୁରକ୍ଷିତ ବୋଲି ପ୍ରମାଣ କରିଥିବା କହିଛନ୍ତି ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ।