ଦେଶ ବିଦେଶ

ଏମିତି କୌଶଳ କରୁଛି ଚୀନ୍ ସେନା : ସୀମାରେ ଥିବା ଭାରତୀୟ ଗାଁରେ ଛାଡ଼ି ଦେଉଛନ୍ତି ଭୟଙ୍କର କୁକୁର

ଗଲଓ୍ଵା ଘାଟି ଏବଂ ପେଙ୍ଗଗ୍‌ ହ୍ରଦ ନିକଟରେ ସଂଘର୍ଷ ପରେ ଲଦାଖର ଡେନ୍‌ମୋଚ୍‌ ସୀମାବର୍ତ୍ତୀ ଗାଁରେ ଚୀନ୍‌ ଏବେବି ଦାଦାଗିରି ଜାରି ରଖିଛି । ସ୍ଥାନୀୟ ଗ୍ରାମବାସୀ କିଛି ବର୍ଷ ଧରି ଚୀନ୍‌ର ହରକତ୍‌ ସହିଆସୁଛନ୍ତି । ଲଦାଖରେ ଡେମ୍‌ଚୋକ୍‌ ଗାଁ, ଏଲ୍‌ଏସିର ଜିରୋ ଲାଇନ୍‌ରେ ଅବସ୍ଥିତ ।

ଏହି ଗାଁରେ ୩୭ ଘର ଅଛି । ପଶୁପାଳନ ଉପରେ ନିର୍ଭର କରୁଥିବା ଏହି ଗାଁ ପ୍ରତିବର୍ଷ ଚୀନ୍‌ ସେନାଙ୍କ ଦାଦାଗିର ସହିବାକୁ ବାଧ୍ୟ । ଗତ ବର୍ଷ ମଇ ମାସରେ ଗ୍ରାମବାସୀଙ୍କୁ ଚାରଗାହ ଠାରୁ ୫୦ ଫୁଟ ପଛକୁ ପଠାଇ ଦେଇଥିଲେ ।

ଖାଲି ସେତିକି ନୁହେଁ ଚୀନ୍‌ ସେନା ଗାଁରେ ଖରତନାକ କୁକୁର ଛାଡ଼ି ଦିଅନ୍ତି । ଏକଥା କହିଛନ୍ତି ଡେନ୍‌ମୋଚ୍‌ ଗ୍ରାମରେ ରହୁଥିବା ତଥା ଲଦାଖ ନ୍ୟୋମା ବ୍ଲକ୍‌ ବିକାଶ ପରିଷଦ ଅଧ୍ୟକ୍ଷ ଉରଗେନ୍‌ ଛୋଡେନ୍‌ ।

ସେ କେତେଥର ଚୀନ୍‌ ସେନାଙ୍କ ଏହି ଦାଦାଗିରି ସମ୍ପର୍କରେ ସୋସିଆଲ୍‌ ମିଡିଆରେ ତଥ୍ୟ ଦେଇଛନ୍ତି । ଲେହ ଠାରୁ ୩୧୦ କି.ମି ଦୂରରେ ଥିବା ତାଙ୍କ ଗାଁ ଡେମ୍‌ଚୋକ୍‌ ଚୀନ୍‌ର ଦାଦାଗିର ସହି ନପାରି ଘରଦ୍ୱାର ବିକି ପଳାଉଥିବା କହିଛନ୍ତି ଶ୍ରୀ ଉର୍‌ଗେନ୍‌ ।

Niharanjan

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

5 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

13 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

29 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago