ଏମିତି କୌଶଳ କରୁଛି ଚୀନ୍ ସେନା : ସୀମାରେ ଥିବା ଭାରତୀୟ ଗାଁରେ ଛାଡ଼ି ଦେଉଛନ୍ତି ଭୟଙ୍କର କୁକୁର

ଗଲଓ୍ଵା ଘାଟି ଏବଂ ପେଙ୍ଗଗ୍ ହ୍ରଦ ନିକଟରେ ସଂଘର୍ଷ ପରେ ଲଦାଖର ଡେନ୍ମୋଚ୍ ସୀମାବର୍ତ୍ତୀ ଗାଁରେ ଚୀନ୍ ଏବେବି ଦାଦାଗିରି ଜାରି ରଖିଛି । ସ୍ଥାନୀୟ ଗ୍ରାମବାସୀ କିଛି ବର୍ଷ ଧରି ଚୀନ୍ର ହରକତ୍ ସହିଆସୁଛନ୍ତି । ଲଦାଖରେ ଡେମ୍ଚୋକ୍ ଗାଁ, ଏଲ୍ଏସିର ଜିରୋ ଲାଇନ୍ରେ ଅବସ୍ଥିତ ।
ଏହି ଗାଁରେ ୩୭ ଘର ଅଛି । ପଶୁପାଳନ ଉପରେ ନିର୍ଭର କରୁଥିବା ଏହି ଗାଁ ପ୍ରତିବର୍ଷ ଚୀନ୍ ସେନାଙ୍କ ଦାଦାଗିର ସହିବାକୁ ବାଧ୍ୟ । ଗତ ବର୍ଷ ମଇ ମାସରେ ଗ୍ରାମବାସୀଙ୍କୁ ଚାରଗାହ ଠାରୁ ୫୦ ଫୁଟ ପଛକୁ ପଠାଇ ଦେଇଥିଲେ ।
ଖାଲି ସେତିକି ନୁହେଁ ଚୀନ୍ ସେନା ଗାଁରେ ଖରତନାକ କୁକୁର ଛାଡ଼ି ଦିଅନ୍ତି । ଏକଥା କହିଛନ୍ତି ଡେନ୍ମୋଚ୍ ଗ୍ରାମରେ ରହୁଥିବା ତଥା ଲଦାଖ ନ୍ୟୋମା ବ୍ଲକ୍ ବିକାଶ ପରିଷଦ ଅଧ୍ୟକ୍ଷ ଉରଗେନ୍ ଛୋଡେନ୍ ।
ସେ କେତେଥର ଚୀନ୍ ସେନାଙ୍କ ଏହି ଦାଦାଗିରି ସମ୍ପର୍କରେ ସୋସିଆଲ୍ ମିଡିଆରେ ତଥ୍ୟ ଦେଇଛନ୍ତି । ଲେହ ଠାରୁ ୩୧୦ କି.ମି ଦୂରରେ ଥିବା ତାଙ୍କ ଗାଁ ଡେମ୍ଚୋକ୍ ଚୀନ୍ର ଦାଦାଗିର ସହି ନପାରି ଘରଦ୍ୱାର ବିକି ପଳାଉଥିବା କହିଛନ୍ତି ଶ୍ରୀ ଉର୍ଗେନ୍ ।