ନୟାଗଡ: କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ଚାନ୍ଦପୁର କ୍ବାରେଣ୍ଟାଇନରୁ ଫେରୁଥିବା ଅନ୍ତେବାସୀ,ସୃଷ୍ଟି ହେଲା ଭାବ ବିହ୍ଵଳ ପରିବେଶ

ଟାଙ୍ଗୀ(କେନ୍ୟୁଜ୍): କରୋନା ଯୋଦ୍ଧାଙ୍କୁ  ସମ୍ମାନିତ କଲେ କ୍ବାରେଣ୍ଟାଇନ ସେଣ୍ଟର ଅନ୍ତେବାସୀ। ଘରକୁ ଫେରିବା ବେବେ ଲୁହ ଭରା ନୟନରେ ବିଦାୟ ଜଣାଇଲେ ସରପଞ୍ଚ। ଏଭଳି ଘଟଣା  ଦେଖିବାକୁ ମିଳିଛି ନୟାଗଡ  ଜିଲ୍ଲା ଚାନ୍ଦପୁର କ୍ବାରେଣ୍ଟାଇନ ସେଣ୍ଟରରେ ଦେଖିବାକୁ  ମିଳିଛି। ଅନ୍ତୋବସୀମାନେ ଘରକୁ  ଫେରିବା  ବେଳେ ବେଶ୍ ଭାବବିହ୍ବଳ ହୋଇଥିଲା ପରିବେଶ। କ୍ବାରେଣ୍ଟାଇନ ସେଣ୍ଟରରେ  ସରପଞ୍ଚ ଜିତେନ୍ଦ୍ର ସାହୁଙ୍କ ଉଚ୍ଚିତ ଦେଖାରଖା ପାଇଁ ଅନ୍ତେବାସୀମାନେ ଘରକୁ ଫେରିବା  ବେଳେ ଶ୍ରୀଯୁକ୍ତ ସାହୁଙ୍କୁ ଓ ଅନ୍ୟ ସେବାକାରୀମାନଙ୍କୁ ସମ୍ମାନିତ କରିବା ସହ ମିଠା ଖୁଆଇଥିଲେ ।

ସେହିଭଳି ସରପଞ୍ଚ ମଧ୍ୟ ଅନ୍ତେବାସୀ ମାନଙ୍କୁ ମିଠା  ଖୁଆଇ ଗୋଲାପ ଫୁଲ ଦେଇ ପ୍ରତି ସମ୍ମାନ ଜଣାଇଥିଲେ। ୧୪ ସଙ୍ଗରୋଧରେ ରହି ଶ୍ରୀଯୁକ୍ତ ସାହୁଙ୍କ ସହ ଏକ ନୂଆ ସମ୍ପର୍କ ଯୋଡି ଦେଇଥିଲେ ଅନ୍ତେବାସୀ ଯେଉଁଥିପାଇଁ କି ତାଙ୍କଠାରୁ ବିଦାୟ ନେଲା  ବେଳେ ଅନେକ ଅନ୍ତେବାସୀଙ୍କ ଆଖିରେ ଲୁହ ଆସିଯାଇଥିବାର ଦେଖିବାକୁ ମିଳିଥିଲା।

ବିଦାୟ ବେଳେ ଶ୍ରୀଯୁକ୍ତ ସାହୁ ସବୁ  ଅନ୍ତେବାସୀଙ୍କୁ କରୋନା ଠାରୁ କିପରି ଦୂରେଇ ରହିବା  ଓ ନିୟମିତ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବାକୁ ଅନ୍ତେବାସୀଙ୍କୁ କହିଥିଲେ। ପରେ ଶ୍ରୀଯୁକ୍ତ ସାହୁ ଏକ ଗାଡିର ବନ୍ଦୋବସ୍ତ କରି ସେମାନଙ୍କୁ ନିଜ ନିଜ ଗାଁକୁ ପଠାଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.