ଦେଶ ବିଦେଶ

ଦେଶରେ ସଙ୍କଟ ଆଶଙ୍କା! ଏବେଠୁ ଜରୁରୀ ଜିନିଷ ଗଚ୍ଛିତ କରି ରଖି ଦେବାକୁ ନିର୍ଦ୍ଦେଶ ଦେଲେ ଚୀନ ସରକାର

ନିକଟରେ ଚୀନ ସରକାର ନିଜ ଦେଶବାସୀଙ୍କୁ ଏକ ଅପିଲ କରଛନ୍ତି। ସରକାର ଅପିଲ କରି କହିଛନ୍ତି କି, ସମୟ ପୂର୍ବରୁ ତୁରନ୍ତ ଖାଦ୍ୟ ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହୃତ ଜିନିଷଗୁଡ଼ିକୁ ଘରେ ଗଚ୍ଛିତ କରି ରଖି ଦିଅନ୍ତୁ। ମୁଖ୍ୟତଃ ଶୀତଦିନେ ଏ ସବୁ ଜିନିଷର ଅଭାବ ଏବଂ ଦରଦାମ୍‌ ବୃଦ୍ଧିରୁ ବଞ୍ଚିବା ପାଇଁ ସରକାର ଦେଶର ଜନତାଙ୍କୁ ଏମିତି କରିବାକୁ କହିଛନ୍ତି। ବିଗତ କିଛିଦିନ ଧରି ଚୀନରେ ପ୍ରବଳ ବର୍ଷା ଏବଂ ତୋଫାନ ଯୋଗୁ ଚାରିଆଡ଼େ ଛାରଖାର ଅବସ୍ଥା ସୃଷ୍ଟି ହୋଇଥିଲା, ଯେଉଁ କାରଣରୁ ହଜାର ହଜାର ହେକ୍ଟର ଚାଷଜମି ବର୍ବାଦ ହୋଇଯାଇଥିଲା। ଆଗାମୀ ଦିନମାନଙ୍କରେ ଯେପରି ଲୋକଙ୍କୁ କୌଣସି ସମସ୍ୟା ନ ହେବ, ସେଥିପାଇଁ ସରକାର ଏବେଠାରୁ ସାବଧାନତା ଅବଲମ୍ବନ କରୁଛନ୍ତି।

ଏ ସମ୍ବନ୍ଧରେ ଦେଶର ବାଣିଜ୍ୟ ମନ୍ତ୍ରାଳୟ ଗତକାଲି ବିଳମ୍ବିତ ରାତିରେ ଏକ ବିବୃତ୍ତି ଜାରି କରିଛି। ଏଥିରେ ମନ୍ତ୍ରାଳୟ ସାମଗ୍ରୀର ସ୍ଥିର ମୂଲ୍ୟ ସୁନିଶ୍ଚିତ କରିବା ଏବଂ ଯୋଗାଣକୁ ନେଇ କୌଣସି ବି ସମସ୍ୟା ସମ୍ପର୍କରେ ତୁରନ୍ତ ଜଣାଇବାକୁ ଅନୁରୋଧ କରିଛି। ଚୀନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚନ୍ଦ୍ର ନବବର୍ଷ (ଆସନ୍ତା ବର୍ଷ ଫେବୃଆରୀ) ପୂର୍ବରୁ ସତେଜ ପନିପରିବା ଓ ଘୁଷୁରୀ ମାଂସ ଯୋଗାଣକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ସାଧାରଣତଃ ଅତିରିକ୍ତ ପ୍ରୟାସ କରି ଥାଆନ୍ତି। କିନ୍ତୁ ଚଳିତ ବର୍ଷ ଚୀନରେ ପ୍ରବଳ ବର୍ଷା ଓ ତୋଫାନ ଅନେକ କ୍ଷୟକ୍ଷତି ଘଟାଇଛି, ଯେଉଁ କାରଣରୁ ଲୋକଙ୍କୁ ଆଗାମୀ ଦିନରେ ଏହାକୁ ସହିବାକୁ ହିଁ ପଡ଼ିବ। ସରକାର ଏଭଳି ସ୍ଥିତିକୁ ଏଡ଼ାଇବା ପାଇଁ ଯେତେ ସମ୍ଭବ ସାବଧାନତା ଅବଲମ୍ବନ କରିବାରେ ଲାଗି ପଡ଼ିଛନ୍ତି। ଏତଦ୍‌ ବ୍ୟତୀତ ଦେଶର ଅନେକ ଅଞ୍ଚଳରେ କରୋନା ଭାଇରସ୍‌ ସଂକ୍ରମଣ ମାମଲା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି, ଯେଉଁ କାରଣରୁ ସେହି ସବୁ ଅଞ୍ଚଳରେ ବର୍ତ୍ତମାନ ଲକ୍‌ଡାଉନ ଲଗାଯାଇଛି। ଏହି କାରଣରୁ ଖାଦ୍ୟ ଯୋଗାଣ ଯଥେଷ୍ଟ ପ୍ରଭାବିତ ହେବାର ଆଶଙ୍କା ରହିଛି।

ଗତ ସପ୍ତାହରେ କାକୁଡ଼ି, ପାଳଙ୍ଗ, ବ୍ରୋକଲିର ଦାମ୍‌ ଅକ୍ଟୋବର ପ୍ରଥମ ସପ୍ତାହ ତୁଳନାରେ ଦୁଇ ଗୁଣାରୁ ଅଧିକ ହୋଇ ଯାଇଥିଲା। ଶାନଡୋଙ୍ଗ୍‌ର ଏକ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଶୌଗୁଆଙ୍ଗ୍‌ରେ ଗୋଟିଏ ପରିବାର ମୂଲ୍ୟ ସୂଚକାଙ୍କ ଅନୁସାରେ, ଘୁଷୁରୀ ମାଂସ ତୁଳନାରେ ପାଳଙ୍ଗ ପ୍ରତି କିଲୋଗ୍ରାମ ପିଛା ୧୬.୬୭ ୟୁଆନ ($ 2.60) ଅଧିକ ମହଙ୍ଗା ଥିଲା। ଯଦିଓ ନିକଟ ଅତୀତରେ ଏହାର ମୂଲ୍ୟ ହ୍ରାସ ପାଇଛି। ମହାମାରୀ ଯୋଗୁ ବେଜିଙ୍ଗ୍‌ରେ ଖାଦ୍ୟ ସୁରକ୍ଷା ଉପରେ ଅଧିକ ଧ୍ୟାନ କୈନ୍ଦ୍ରିତ କରାଯାଉଛି। ବର୍ତ୍ତମାନ ସରକାର ଏକ ଖାଦ୍ୟ ସୁରକ୍ଷା ଆଇନର ଖସଡ଼ା ପ୍ରସ୍ତୁତ କରୁଛନ୍ତି। ଏଥି ସହିତ ଖାଦ୍ୟ ଆବର୍ଜନା ସମସ୍ୟାକୁ ରୋକିବା ପାଇଁ ମଧ୍ୟ ନୂଆ ଉଦ୍ୟମର ରୂପରେଖ ପ୍ରସ୍ତୁତ କରିଛନ୍ତି।

Roshni

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

13 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

22 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

34 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

41 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

43 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago