ବରଗଡ଼(କେନ୍ୟୁଜ୍): ରାସ୍ତା ମଝିରେ ମଦୁଆ ଯୁବକର ଉତ୍ପାତିଆ କାଣ୍ଡ। ପୋଲିସ ସହ ହେଲା ମୁହାଁମୁହିଁ । ବରଗଡ ସହର ଗାନ୍ଧୀ ଛକ ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ପାଟ୍ରୋଲିଂ ଗାଡ଼ିରେ ଥିବା ପୋଲିସ କର୍ମଚାରୀଙ୍କୁ ବିଚ୍ ରାସ୍ତା ଉପରେ ନିଶାସକ୍ତ ଯୁବକ ଜଣଙ୍କ ନାଲି ଆଖି ଦେଖାଇଥିଲା । ଏହାସହ ହଠାତ ଆକ୍ରମଣ କରିଥିଲା । ଯୁବକଙ୍କ ହାତରେ ଥିଲା କାଚ ବୋତଲ । ଏହାକୁ ନେଇ ନିଶାସକ୍ତ ଯୁବକ ଓ ପୋଲିସ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ଦେଖିବାକୁ ମିିଳିଛି । ଏ ସଂପର୍କିତ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଅନକେ ସମୟ ଧରି ମଦୁଆ ଯୁବକର ଏଭଳି ଆଚରଣ ଦେଖିବାକୁ ମିଳଥିଲା । ପୋଲିସ ଯେତେ ଚେଷ୍ଟା କରୁଥିଲା ଯୁବକକୁ କାବୁ କରିବା ପାଇଁ ଯୁବକ ଜଣକ ପୋଲିସକୁ କାଚ ବୋତଲ ଧରି ମାରିବାକୁ ଉଦ୍ୟମ କରୁଥିଲା।
ପୋଲିସ ଗାଡ଼ିରେ ୪ ଜଣ ଆର୍ମ ପୋଲିସ ଥିଲେ ମଧ୍ୟ କେହି କାବୁ କରିବାରେ ସକ୍ଷମ ହୋଇନଥିଲେ। ଶେଷରେ ମାଡ଼ି ବସି ଯୁବକକୁ ଧରି ତାଠାରୁ ଭଙ୍ଗା ବୋତଲକୁ ଛଡ଼ାଇ ତାକୁ ଗାଡ଼ିରେ ବସାଇଥିଲେ ଓ ଥାନାକୁ ନେଇଥିଲେ।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…